
ଭୁବନେଶ୍ୱର, ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଯୁକ୍ତରାଜ୍ୟ ଇଂଲଣ୍ଡର କମ୍ପାନୀ ଏମ୍ରାମ୍ ଓ ଏସ୍ ରାମ ଗ୍ରୁପ୍ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୩୦ ହଜାର କୋଟି ଟଙ୍କାର ପୁଂଜି ବିନିଯୋଗରେ ଭୁବନେଶ୍ୱର ନିକଟବର୍ତୀ ଅଂଚଳରେ ୪୦ ଏକର ପରିମିତ ଜାଗାରେ ସେମିକଣ୍ଡକ୍ଟର ଫାବ୍ରିକେସନ୍ ୟୁନିଟ୍ ସ୍ଥାପନ କରିବା ପ୍ରସ୍ତାବ ରହିଛି ।
ସର୍ବମୋଟ ୨ ଲକ୍ଷ କୋଟି ଟଙ୍କାର ପୁଂଜି ବିନିଯୋରେ ଆଗାମୀ ୨ ମାସ ମଧ୍ୟରେ ଏହି କମ୍ପାନୀ ସ୍ଥାପନ ଫଳରେ ୪୦୦ରୁ ୫୦୦ ନିଯୁକ୍ତିର ପ୍ରତ୍ୟକ୍ଷ ସୁଯୋଗ ମିଳିବା ସହିତ ପରୋକ୍ଷ ଭାବେ ବହୁସଂଖ୍ୟକ ଯୁବକଯୁବତୀ ନିଯୁକ୍ତି ସୁଯୋଗ ପାଇପାରିବେ । ୱାଶିଂମେସିନ୍ ଠାରୁ ଆରମ୍ଭ କରି ଏରୋପ୍ଲେନ୍ ରେ ବ୍ୟବହାର କରାଯାଇପାରୁଥିବା ଏହି ସେମିକଣ୍ଡକ୍ଟର ଚିପ୍ ପାଇଁ ଭାରତ ପୂର୍ବରୁ ଚୀନ୍, ତାଇୱାନ୍, କୋରିଆ ଆଦି ରାଷ୍ଟ୍ର ଉପରେ ନିର୍ଭର କରୁଥିଲା । ଓଡ଼ିଶାରେ ଏହି ୟୁନିଟ୍ ପ୍ରତିଷ୍ଠା ଫଳରେ ସେମିକଣ୍ଡକ୍ଟର ଚିପ୍ ପାଇଁ ଅପେକ୍ଷା କରି ରହିଥିବା ଲକ୍ଷାଧିକ ଯନ୍ତ୍ରିକ ଉପକରଣର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ଏବଂ ସେମିକଣ୍ଡକଫର ଚିପ୍ ଉତ୍ପାଦନକାରୀ ବିଦେଶୀ ରାଷ୍ଟ୍ରଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି କମ୍ପାନୀ କର୍ତୃପକ୍ଷ ସୂଚନା ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରୋଜେକ୍ଟର ମୁଖ୍ୟ ତଥା କମ୍ପାନୀର ଉପାଧ୍ୟକ୍ଷ ଡ. ଗୁରୁଜୀ କୁମାରନ୍ ସ୍ୱାମୀ ଏବଂ ଓଡ଼ିଶା ପ୍ରୋଜେକ୍ଟର ପ୍ରାଧିକୃତ ମୁଖ୍ୟ ଡ. ଡି. ସିଂହଦେଓ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେଇଥିଲେ ।