ନୂଆପଡ଼ା,ନୂଆପଡା ଜିଲ୍ଲା ଖରିଆର ରୋଡ ଜୋଙ୍କ ପୋଲିସ ୩୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଦାଦନ ଶ୍ରମିକ ମାନେ ରେଳ ଦ୍ଵାରା ଉତ୍ତରପ୍ରଦେଶ ରାଜ୍ୟ ଅଯୋଧ୍ୟାକୁ ଇଟା ତିଆରି କରିବା ପାଇଁ ସ୍ଥିର ହୋଇଥିଲା। ଗତ ସନ୍ଧ୍ୟା ବେଳେ ପେଟ୍ରୋଲିଙ୍ଗ ସମୟରେ ଏକ ପିକଅପ ଭ୍ୟାନ ନମ୍ବର ଓଡ଼ି ୨୬ ସି ୪୬୪୨ ଗାଡିରେ ଶ୍ରମିକ ମାନେ ଯାଉଥିବାର ଦେଖି ଜୋଙ୍କ ପୋଲିସ ଗାଡିକୁ ଅଟକାଇଥିଲେ। ଏହି ପିକଅପ ଭ୍ୟାନରେ୧୨ ପୁରୁଷ, ୯ ଜଣ ମହିଳା ଏବଂ ୧୩ ଜଣ ଛୋଟ ଛୋଟ ଶିଶୁ ଥିଲେ। ପୋଲିସ ପିକଅପକୁ ଜବତ କରିବା ସହିତ ଦାଦନ ଦଲାଲ ଅଶ୍ୱିନୀ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଶ୍ରମିକ ମାନଙ୍କୁ ନିଜ ନିଜ ଘରକୁ ପଠେଇ ଦିଆଯାଇଛି।
ଦାଦନ ଶ୍ରମିକ ଉଦ୍ଧାର ବେଳେ ଆଇ ଆଇ ସି କୈଳାଶ ଚନ୍ଦ୍ର ସେଠି, ସବ ଇନସିପେକ୍ଟର ଅରବିନ୍ଦ ମେହେର, ଏଏସଆଇ ପି.କେ. ପଣ୍ଡା ହାବିଲଦାର କେ.ଏଚ. ଭୋଇ, ରମେଶ ଚନ୍ଦ୍ରକାର, ଦୃପତି ସାହା ପ୍ରମୁଖ ଉପସ୍ଥିତ ଥିଲେ। ସବ ଇନସିପେକ୍ଟର ଅରବିନ୍ଦ ମେହେର ଘଟଣାର ତଦନ୍ତ କରୁଛନ୍ତି।