କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ମାର୍ଗଶୀର ଶୁକ୍ଳ ପଂଚମୀ ଠାରୁ ଆରମ୍ଭ ହୋଇଥିବା କୁମ୍ଭକାର ମାନଙ୍କ ପବିତ୍ର ୫ ଦିନିଆ କୁରାଳ ପଂଚମୀ ପର୍ବ ଉଦ୍ଯାପିତ ହୋଇଛି ।ସନ୍ଧ୍ୟାରେ କୁମ୍ଭାରପଡା,ଜେନାପୁର, ଟିକରପଡା, ନୂଆସାହିର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଥିବା ପ୍ରାୟ ୧୨ ଗୋଟି ଲକ୍ଷ୍ମୀ ନାରାୟଣ ମୂର୍ତ୍ତିକୁ ଏକ ସୁସଜ୍ଜିତ ଶୋଭା – ଯାତ୍ରାରେ ସାହି ପରିକ୍ରମା ପରେ ବିସର୍ଜନ କରାଯାଇଛି ।
ପର୍ବର ଚତୁର୍ଥ ଦିବସରେ କୁମ୍ଭାରପଡ଼ାରେ କୁରାଳ ପଂଚମୀ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଏହି ସମାରୋହକୁ ଉଦ୍ଘାଟନ କରିଥିଲେ । ଓଡିଶା କୁରାଳ ମହାସଂଘର ସଭାପତି ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ କୁମ୍ଭକାର ନିଯୋଗର ସଂପାଦକ ମହେନ୍ଦ୍ର
ବିଶୋଇ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦର ସଭ୍ୟ ବାଦଲ ବେହେରା,କୁମ୍ଭାରପଡା ଯୁବ ପରିଷଦର ସଂପାଦକ ନେତ୍ରାନନ୍ଦ ବିଶୋଇ ପ୍ରମୂଖ ମଂଚାସୀନ ଥିଲେ । ଏହି ଅବସରରେ ଯୁବ ମୂର୍ତ୍ତି ଶିଳ୍ପୀ ବାନାମ୍ବର ବିଶୋଇ,ଜାତୀୟ ବିଜ୍ଞାନମେଳାରେ କୃତିତ୍ଵ
ହାସଲ କରିଥିବା ଦଶମ ଶ୍ରେଣୀର ଛାତ୍ରୀ ଆରାଧନା ବିଶୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପର୍ବ ପରେ କେନ୍ଦ୍ରାପଡାର ପ୍ରସିଦ୍ଧ ସାଂସ୍କୃତିକ ଅନୁଷ୍ଠାନ ଗଡ ମେକର ପକ୍ଷରୁ ଗୁରୁ ସୁଶାନ୍ତ
କୁମାର ପାଣିଙ୍କ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀମାନେ ମନୋଜ୍ଞ ଭଜନ ପରିବେଷଣ କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଶତାଧିକ ଅଂଚଳବାସୀ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
Related Stories
November 25, 2024