
-
ତମାଖୁମୁକ୍ତ ପୁରୀ ପାଇଁ ଆଇନର କଡ଼ା ଉପଯୋଗ ହେବ |
ପୁରୀ ,ତମାଖୁ ଆଇନ୍ ର କଡାକଡି ଉପଯୋଗରେ ପୁରୀ ଜିଲ୍ଲାକୁ ତମାଖୁମୁକ୍ତ କରାଯିବା ପାଇଁ ପୁରୀ ଜିଲ୍ଲା ତମାଖୁ ନିୟନ୍ତ୍ରଣ କମିଟି ପକ୍ଷରୁ ଅନୁଷ୍ଠିତ ତାଲିମ୍ ଶିବିର ରେ ସଂକଳ୍ପ ନିଆଯାଇଛି। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ,ପୁଲିସ ପ୍ରଶାସନ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ସ୍ବାସ୍ଥ୍ୟ ସମିତି ଓ ଜିଲ୍ଲା ତମାଖୁ ନିୟନ୍ତ୍ରଣ କମିଟି ପକ୍ଷରୁ ଏନେଇ ଆୟୋଜିତ ତାଲିମ ଶିବିର ର ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ଜିଏସଟି ର ଡେପୁଟି କମିଶନର ଦାମୋଦର ପାତ୍ର, ଡାକ୍ତର ନିମାଇଁ ଚରଣ ଜେନା(ଭିବିଡି), ଡାକ୍ତର ଲଲାଟେନ୍ଦୁ ମିଶ୍ର, ସମାଜସେବୀ ବଦ୍ରି ମିଶ୍ର, ଟାଉନଥାନା ଅଧିକାରୀ ଗୋକୁଳ ରଂଜନ ଦାସ, ଡାକ୍ତର ଲଳିତ ଦାସ, ସମାଜସେବୀ ମଧୁସୂଦନ ମିଶ୍ର,ଖାଦ୍ୟ ସୁରକ୍ଷା ଅଧିକାରୀ ଵେଦଶ୍ରୀ ସାହୁ,କୁମ୍ଭାରପଡ଼ା ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ ,ଡାକ୍ତର ଗିରିଜା ଶଂକର ରଥ ଅତିଥି ଭାବେ ଯୋଗଦେଇଥିଲେ |ଜିଲ୍ଲା ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ର ପରାମର୍ଶଦାତା ଡାକ୍ତର ସୁଶାନ୍ତ କୁମାର ବିଶ୍ଵାଳଙ୍କ ପରିଚାଳନା ରେ ଅନୁଷ୍ଠିତ ତାଲିମ୍ ଶିବିର ରେ ରାଜ୍ୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ର ପରାମର୍ଶଦାତା ଡକ୍ଟର ଗିରିଜା ଶଙ୍କର ମିଶ୍ର ତମାଖୁ ଆଇନ୍ ସମେତ ଭାରତୀୟ ଦଣ୍ଡବିଧି ଆଇନ, ଜିଏସଟି ଆଇନ,ଖାଦ୍ୟ ସୁରକ୍ଷା ଆଇନ,ପରିବେଶ ଆଇନ, ପରିବହନ ଆଇନ,ଡ୍ରଗ ଓ କସମେଟିକ ଆଇନ ଏବଂ ଅବକାରୀ ଆଇନ ର ସହଯୋଗ ରେ ତମାଖୁଜନିତ ଦ୍ରବ୍ୟ ର ବିକ୍ରୀ ଓ ବ୍ୟବହାର ନିୟନ୍ତ୍ରଣ ସଂପର୍କରେ ତାଲିମ ପ୍ରଦାନ କରିଥିଲେ। ମନୋଜ ପଣ୍ଡା ଓ ମାନସ ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ଡାକ୍ତର ସ୍ନେହମୟୀ ମିଶ୍ର,ସଂଜୟ କୁମାର ପଣ୍ଡା, ରଂକନିଧି ମଲ୍ଲିକ ଓ ନାରାୟଣ ବେହେରାଙ୍କ ସମେତ ବିକ୍ରିକର, ଖାଦ୍ୟ ସୁରକ୍ଷା, ପୁଲିସ,ଡ୍ରଗ, ସ୍ବାସ୍ଥ୍ୟ ଓ ଅବକାରୀ ବିଭାଗ ର ଅଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ପୁରୀ ଜିଲ୍ଲାକୁ ତମାଖୁମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ସମସ୍ତ ବିଭାଗ ଐକ୍ୟଵଦ୍ଧ ହୋଇ କାମ କରିବେ ବୋଲି ସଂକଳ୍ପ ନେଇଥିଲେ।