
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଜି-୨୦ ରେ ଭାରତର ଅଧ୍ଯକ୍ଷତାକୁ ପୁରୀ ଏବିଭିପି ସ୍ବାଗତ କରିଛି । କରୋନାର କାଳଖଣ୍ତ ପରେ ଯେତେବେଳେ ବିଶ୍ବର ମହାଶକ୍ତି ତାଲିକାରେ ଥିବା ଅନେକ ଦେଶର ଅର୍ଥନୀତି ଭୂଷୁଡି ପଡିଥିବା ପରିସ୍ଥିତିରେ ସମଗ୍ର ବିଶ୍ବର ଅର୍ଥନୀତିକୁ ପ୍ରଭାବିତ କରୁଥିବା ଜି-୨୦ରେ ଭାରତ ଅଧ୍ଯକ୍ଷତା କରିବା ହେଉଛି ଆମ ପ୍ରଗତିଶୀଳ ଅର୍ଥନୈତିକ ବ୍ଯବସ୍ଥାର ପରିଚୟ। ଦେଶ ସ୍ବାଧିନତାର ଅମୃତ ମହୋତ୍ସବ ପରେ ପରେ ଇୟୁରୋପୀୟ ଦେଶ ସମୁହ ଓ ବିଶ୍ବର ୧୯ଟି ଦେଶକୁ ନେଇ ଗଠିତ ସାମୁକ୍ଷର ନେତୃତ୍ବ ନେବା ଭାରତ ପାଇଁ ପୁଣି ଏକ ଅମୃତ ସମୟ। ନିତ୍ଯ ନୂତନ ଚିର ପୂରାତନ ଆମ ଦେଶ ପୁଣିଥରେ ବିଶ୍ବ ଗୁରୁ ଭାବେ ମହାଶକ୍ତି ହେବା ଦିଗରେ ଅଗ୍ରସର। ଏହି ପରିପେକ୍ଷୀରେ ଶ୍ରୀମନ୍ଦିର ସମ୍ମୁଖରେ ହୋଇଥିବା ଦୀପଦାନ କାର୍ଯ୍ୟକ୍ରମରେ ଏବିଭିପିର ବିଭାଗ ସଂଯୋଜକ ତାରା ପ୍ରସାଦ ଦାସ, ନଗର ସମ୍ପାଦକ ସୁଭାଶିଶ ଷଡଙ୍ଗୀ, ଲିଟୁନ ଦାସ, ବାସୁଦେବ ସେନାପତି, ଶିବ ପ୍ରସାଦ ମହାନ୍ତି, ପ୍ରତିମା ବେହେରା, ଅନୁରାଗ ପାତ୍ର, ସୁଭେନ୍ଦୁ ଶେଖର ବେହେରା, ମାଧବ ନାୟକ, ଆଶିସ ଆଡ୍ଯ, ଠାକୁର ମହନ୍ତ, ଶ୍ରିତମ ସତପଥି, ଟିକେଶ୍ବର ମଲ୍ଲିକ, ଜୌତିଷ ପଣ୍ଡା, ନରସିଂହ ଆଚାର୍ଯ୍ୟ, କାହ୍ନୁ ପ୍ରଧାନ, ସୁବ୍ରତ ବେହେରା, ବିଭୁ କିଶୋର ପଣ୍ଡା, ଦିବ୍ଯସାନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।