
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଓଡିଶାର 11ଟି ପ୍ରମୁଖ ବିରୋଧୀ ରାଜନୈତିକ ଦଳର ଡାକରା ରେ “ଓଡିଶା ବଞ୍ଚାଅ ଅଭିଯାନ “ର ପୁରୀ ଜିଲ୍ଲା ସ୍ତରୀୟ କନଭେନସନ ଅନ୍ନପୂର୍ଣ୍ଣା ରଙ୍ଗମଚ ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଦୀପ୍ତ ମହାନ୍ତି, ଶରତ କୁମାର ରାୟଗୁରୁ,ଅଶୋକ ପ୍ରଧାନ, ଜିତେନ୍ଦ୍ରିୟ ବେହେରା ଙ୍କୁ ନେଇ ସଭାପତି ମଣ୍ଡଳୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ |ଓଡିଶା ର ଦାରିଦ୍ର୍ୟ ବେରୋଜଗାରୀ,ବଢ଼ି ଚାଲିଛି |ଶିଳ୍ପ ର ପ୍ରସାର ବଦଳରେ ଖଣି ଖାଦାନ ଲୁଟ ହେଉଛି |ନିଯୁକ୍ତି ନାହିଁ, ଯାହା ଅଛି ଠିକା ରେ ମଣିଷ ମୁଣ୍ଡ ନିଲାମ ହେଉଛି |ନରେଗା ରେ ଶହେ ଦିନ କାମ ମିଳୁନି,ଚାଷୀ ର ମଣ୍ଡି ରେ ଧାନ ବିକିପାରୁନି,ଫସଲ ର ଦାମ ନ ମିଳିବା ଲୋକେ ଚାଷ ରୁ ମୁହଁ ଫେରାଉଛନ୍ତି |ଓଡିଶା ଆଜି ଋଣ ଗ୍ରସ୍ତ ହେଲେ ଯୋଜନା କରି ସରକାର ଋଣ କରିଚାଲିଛନ୍ତି | ଲୋକଙ୍କ ହାତକୁ କିପରି ରୋଜଗାର ମିଳିବ, ସାମାଜିକ ସୁରକ୍ଷା ମିଳିବ ତାର ବିକଳ୍ପ ବିଚାର ଓ ବିକଳ୍ପ ନୀତି ପାଇଁ ସମତା କ୍ରାନ୍ତି ଦଳ ନେତା ବ୍ରଜ କିଶୋର ତ୍ରିପାଠୀ,ସି ପି ଆଇ (ଏମ )ରାଜ୍ୟ ସମ୍ପାଦକ ଅଳି କିଶୋର ପଟନାୟକ, ସି ପି ଆଇ ନେତା ଆଶିଷ କାନୁନଗୋ,ସି ପି ଆଇ ଏମ ଏଲ ଲିବରେସନ ନେତା କିଷାନ ପଟନାୟକ, ଫରୱାର୍ଡ଼ ବ୍ଲକ ନେତା ଜ୍ୟୋତି ମହାପାତ୍ର, ସମାଜ ବାଦୀ ପାର୍ଟି ନେତା ସୁଦର୍ଶନ ପ୍ରଧାନ, ଜମ୍ବେଶ୍ୱର ସାମନ୍ତରା, ଜଗନାଥ ଦେଓ, ପରେଶ କୁମାର ଭଞ୍ଜ ପ୍ରମୁଖଐକ୍ୟ ବଦ୍ଧ ହେବାକୁ ମତ ଦେଇଛନ୍ତି |ଚାଷୀ ଓ ଚାଷ ର ବିକାଶ, ଶିଳ୍ପ ଓ ଶ୍ରମ ର ସୁରକ୍ଷା ପାଇଁ ଆଇନି,ଆଦିବାସୀ ଓ ଦଳିତ ଙ୍କ ବିକାଶ, ଗଣ ବଣ୍ଟନ ଓ ସାମାଜିକ ସୁରକ୍ଷା, ପରିବେଶ ସୁରକ୍ଷା ଦାବୀ ରେ ଆଗାମୀ ଦିନ ରେ ପୁରୀ ଜିଲ୍ଲା ର ସମସ୍ତ ବ୍ଲକ ରେ ସଚେତନତା ବାର୍ତ୍ତା ଦେବାକୁ ନିଷ୍ପତି ହୋଇଛି | ଏଥିରେ ମନୋରଞ୍ଜନ ମହାରଣା, ବିଭୁତି ରାଉତରାୟ, ଟୁନା ନାୟକ, ଜ୍ୟୋତି ନାୟକ, ବିଜୟ ଦାସ, ଶ୍ରୀଧର ସାହୁ ପ୍ରମୁଖ ସହଯୋଗ କରିଥିଲେ |