-
ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ଧ୍ୟାନ ଦେବାକୁ ବାଚସ୍ପତି ଦେଲେ ନିର୍ଦେଶ
ଭୁବନେଶ୍ୱର,ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ସହ ଜଡିତ ସ୍ମୃତିକୁ ଭୁଲାଇ ଦେବାକୁ ଚାହୁଁଛନ୍ତି । ଅନୁଗୁଳରେ ଗାନ୍ଧୀ ସ୍ମୃତି ପାଇଁ ସ୍ଥାନ ଦେବାକୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ସହଯୋଗ କରୁ ନାହାନ୍ତି । ଅନୁଗୁଳରେ ଥିବା ବାଜି ରାଉତ ଛାତ୍ରାବାସ ଭଗ୍ନ ସ୍ଥିତିରେ ଆସିଗଲାଣି । ତାର ରକ୍ଷଣା ବେକ୍ଷଣ କରା ଯାଉ ନାହିାଁ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଇଛନ୍ତି । ତେବେ ଏହି ପ୍ରସଙ୍ଗରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ରାଜ୍ୟ ସରକାର ଗାନ୍ଧୀଜୀଙ୍କ ସ୍ମୃତି ରକ୍ଷା ପାଇଁ ଅତ୍ୟନ୍ତ ଯତ୍ନବାନ ଅଛନ୍ତି । ଶ୍ରୀ ମିଶ୍ର ଉଠାଇଥିବା ପ୍ରସଙ୍ଗ ଉପରେ ଧ୍ୟାନ ଦେବାକୁ ସେ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ନରସିଂହ ମିଶ୍ର କହିଥିଲେ ଯେ ଅନୁଗୁଳରେ ବାଜି ରାଉତ ଛାତ୍ରାବାସ ଭଗ୍ନ ଅବସ୍ଥାରେ ଅଛି । ଏହାର ରକ୍ଷଣା ବେକ୍ଷଣ ରାଜ୍ୟ ସରକାରଙ୍କର ଦାୟିତ୍ୱ ହୋଇଥିବା ବେଳେ ସରକାର ଏହା ଉପରେ ଧ୍ୟାନ ଦେଉ ନାହାନ୍ତି । ସେହିପରି ଅନୁଗୁଳରେ ଗାନ୍ଧୀ ଭବନ ତିଆରି ପାଇଁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ସହଯୋଗ କରୁ ନାହାନ୍ତି । ସେମାନଙ୍କର ଆଭିମୁଖ୍ୟ ଗାନ୍ଧୀ ବିରୋଧୀ ଭଳି ରହିଛି ।
ସେହିପରି ନବକୃଷ୍ଣ ଚୌଧୁରୀଙ୍କ ଘରର ରକ୍ଷଣା ବେ କ୍ଷଣ ହେଉ ନାହିାଁ ତାଙ୍କର ଘରର ରକ୍ଷଣା ବେକ୍ଷଣ ଓ ସ୍ମୃତି ରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଥିଲେ ।