-
ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଆଜି ହେବ ବୈଷୟିକ ଅଧିବେଶନ ଓ ରାଜିନାମା ସ୍ୱାକ୍ଷର
ଭୁବନେଶ୍ୱର, ମେକ୍ ଇନ୍ ଓଡିଶା କନକ୍ଲେଭ-୨୦୨୨ରେ ବିଜ୍ଞାନ ଓ କାରିଗରୀ ବଭାଗ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ ଜନସାଧାରଣଙ୍କ ଦ୍ୱାରା ବିଶେଷ ପ୍ରଶଂସିତ ହେଉଛି । ବିଶେଷ କରି, ବାୟୋ-ଟେକ୍ନୋଲୋଜି ତଥା ତତ୍ସଂପର୍କିତ କ୍ଷେତ୍ରରେ ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କର ଗହଳି ଲକ୍ଷ୍ୟ କରାଯାଉଛି । ପ୍ରଦର୍ଶନୀରେ ବାୟୋ-ଟେକ୍ନୋଲୋଜି, ଇନକ୍ୟୂବେସନ ସେଣ୍ଟର ଇତ୍ୟାଦିର ଗୁରୁତ୍ୱ ଓ ଭବିଷ୍ୟତ ଉପଯୋଗିତା ଏବଂ ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ନେଇ ବିଭିନ୍ନ ତଥ୍ୟ ଓ ସୂଚନା ଏଠାରେ ଉପଲବ୍ଧ ହେଉଛି ।
ବିଭାଗ ପକ୍ଷରୁ ଆଜି ଅର୍ଥାତ ୩ ତାରିଖ ଅପରାହ ୨.୩୦ରେ ଏକ ବୈଷୟିକ କର୍ମଶାଳା ଆୟୋଜନ କରାଯାଇଛି । ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ଗବେଷଣା ସଂସ୍ଥାନର କାର୍ଯ୍ୟକର୍ତ୍ତାବୃନ୍ଦ ଏଥିରେ ଯୋଗଦେଇ ରାଜ୍ୟରେ ବାୟୋ-ଟେକ୍ନୋଲୋଜି ପରିଦୃଶ୍ୟ ଉପରେ ବକ୍ତବ୍ୟ ରଖିବେ । ବିଶେଷ କରି ବାୟୋଟେକ୍ ଷ୍ଟାର୍ଟଅପ୍, ଇନ୍କ୍ୟୁବେଟର, ବିଭିନ୍ନ ଉତ୍ପାଦ, ଶିଳ୍ପ-ଶିକ୍ଷାନୁଷ୍ଠାନ-ସରକାରୀ ସହଯୋଗିତା ଇତ୍ୟାଦି ପ୍ରସଙ୍ଗ ଉପରେ ସେମାନେ ଆଲୋଚନା କରିବେ । ବିଭାଗୀୟ ମନ୍ତ୍ରୀ ତଥା ଶାସନ ସଚିବ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରେ ନିବେଶକ/ଶିଳ୍ପସଂସ୍ଥାଙ୍କ ସହିତ ପ୍ରାୟ ୧୧୦୦ କୋଟି ଟଙ୍କା ନିବେଶ ନେଇ ରାଜିନାମା ସ୍ୱାକ୍ଷରିତ ହେବ ।