
ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟ ରେଡ଼ ରିବନ କ୍ଲବ ତରଫରୁ ବିଶ୍ଵ ଏଡ଼ସ ଦିବସ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ପାଳିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ରୂପେ ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗଦାନ କରି ଛାତ୍ର ଛାତ୍ରୀଙ୍କୁ ସାମାଜିକ, ଆର୍ଥିକ ଏବଂ ସମାନ ରକ୍ଷ।କରି ୨୦୩୦ ସୁଦ୍ଧା ଏଡ଼ସ ର ମୂଳ ଉଟ୍ପାତନ କରିବାକୁ ପରାମର୍ଶ ଦେଇଥିଲେ। ମାଲକାନଗିରି କଲେଜ ର ରେଡ଼ ରିବନ କ୍ଲବ ର ଅଧିକାରୀ ଡ଼ଃ. ରଞ୍ଜନ କୁମାର ସ୍ଵାଇଁ ଅତିଥିଙ୍କୁ ସ୍ଵାଗତ କରିବା ସହିତଏଡ଼ସ ବିଷୟ ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଏଡ଼ସ ସମ୍ବନ୍ଧିୟ ସମସ୍ତ ପ୍ରକାର ବିଷୟବସ୍ତୁ ଆଲୋଚନା କରିଥିଲେ। ଏହି ସଭାରେ ନମିତା ଦଣ୍ଡସେନା ପୂର୍ବତନ ଜାତୀୟ ସେବା ସଂସ୍ଥା ଅଧିକାରୀ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଓ ରେଡ଼ ରିବନ କ୍ଲବର ସଦସ୍ୟଙ୍କୁ ଉତ୍ସ।ହିତ କରିଥିଲେ । ଏହି ଅବସରରେ ଏକ ଶୋଭାଯାତ୍ରା ମାଲକାନଗିରି ମହାବିଦ୍ୟାଳୟ ଠାରୁ ଗଣ୍ଡିଆଗୁଡା ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗଦାନ କରି ସାଫଲ୍ୟ ମଣ୍ଡିତ କରିବା ସହିତ ବକୃତା ପ୍ରତିଯୋଗିତାରେ ଭାଗ ନେଇଥିଲେ।
ସଭା ଆରମ୍ଭରେ ସାର ଜେଏମ ହେରି ଡୁନବାଡ଼ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହିତ ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗୌତମ ନାୟକ, ସୁଶାନ୍ତ ମାଝୀ, ଜିମୁତ ନାୟକ,ତପନ କୁମାର ବେହେରା, ସମେତ ଅନ୍ୟାନ୍ୟ ଅଧ୍ୟ।ପକ,ଅଧ୍ୟ।ପିକା ଏବଂ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ। ସଭା ଶେଷରେ ସୁଶାନ୍ତ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।