ଗଂଜାମ, ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ଗ୍ରାମର ଗିରିପୂଜା ପାହାଡ଼ରେ ଅବସ୍ଥିତ ସାଇବାବା ମନ୍ଦିରର ଦ୍ଵିତୀୟ ବାର୍ଷିକ ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପରିସରରେ ପଣ୍ଡିତ ମାନଙ୍କ ଦ୍ଵାରା ହୋମ ଯଜ୍ଞ, ବିଗ୍ରହ ପୂଜା, ପଲଙ୍କ ପୂଜା କରାଯାଇଥିଲା। ଏଥିସହ ଏକ ଭଜନ ସମାରୋହ ମାଷ୍ଟର ଇନ୍ଦ୍ରମଣି ଶାସମଲଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଭକ୍ତ ମାନଙ୍କ ଗହଣରେ ସାଇବାବାଙ୍କ ବିଗ୍ରହକୁ ମହା ଆଡମ୍ବର ସହକାରେ ଗ୍ରାମ ପରିକ୍ରମା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କୋଦଳା ଏନଏସିର ପୂର୍ବତନ ଅଧ୍ୟକ୍ଷ ହର ପ୍ରସାଦ ସାହୁ ଯୋଗଦେଇ କମିଟିର କାର୍ଯ୍ୟକୁ ପ୍ରଶଂସା କରିବା ସହ ସମସ୍ତ ସହଯୋଗ କରିବା ପାଇଁ କହିଥିଲେ। ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି। ଶହ ଶହ ଭକ୍ତ ପ୍ରଭୁ କୃପା ଲାଭ କରିବା ସହ ପ୍ରସାଦ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀ ସହଯୋଗ କରିଥିଲେ ।