ଭୁବନେଶ୍ୱର, କେନ୍ଦ୍ରାପଡା ବାଣ ବିସ୍ଫୋରଣରେ ଲୋକ ମାନେ ମୃତାହତ ହେବା ମାମଲାରେ ପୋଲିସ ବିରୁଦ୍ଧରେ ମାମଲା ରୁଜୁ କରିବାକୁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ସେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ବାଣ ପାଇଁ ସେଠାରେ ଅନୁମତି ନ ଥିଲା । ସେଠାରେ ପୋଲିସ ଉପସ୍ଥିତ ଥିଲା ଓ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । ତେବେ ପୋଲିସ ଉପସ୍ଥିତିରେ ବିନା ଅନୁମତିରେ ବାଣ ବ୍ୟବହାର କରା ଯାଇଥିବା କାରଣରୁ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ । ସେ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଦଶ ଲକ୍ଷ ଟଙ୍କା ଓ ଆହତ ମାନଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି ।