-
ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ କରାଯିବ.
ଭୁବନେଶ୍ୱର, ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତ୍ରୀ ଝରଣା ଦାସ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ଝରଣା ଦାସଙ୍କୁ ଜଣେ ଯଶସ୍ୱୀ କଳାକାର ଭାବରେ ବର୍ଣନା କରିଛନ୍ତି ।
ଆକାଶବାଣୀ ସହିତ ଉଭୟ ମଂଚ ଓ ଚଳଚ୍ଚିତ୍ର ରେ ବିଭିନ୍ନ ଭୂମିକାରେ ତାଙ୍କର ପ୍ରଭାବଶାଳୀ ଅଭିନୟ ତାଙ୍କୁ ବିପୁଳ ଲୋକପ୍ରିୟତା ଆଣି ଦେଇଥିଲା ।
ଝରଣା ଦାସ ଙ୍କ ସ୍ୱର ଓ ଚମତ୍କାର ଅଭିନୟ ତାଙ୍କୁ ଳଣେ କିମ୍ବଦନ୍ତୀ ଅଭିନେତ୍ରୀ ଭାବରେ ଅଜସ୍ର ସୁନାମ ଦେଇଥିଲା ।
ତାଙ୍କର ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ତଥା ସାଂସ୍କୃତିକ ,ଜଗତ ରେ ବିରାଟ ଶୂନ୍ୟତା ସ୍ରୁଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି । ସ୍ୱର୍ଗତଃ ଝରଣା ଦାସ ଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।