
ବଲାଙ୍ଗିର,ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ୟାଳୟ ପରିସରରୁ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥକୁ ଜିଲ୍ଲାପାଳ ଚଞ୍ଚଳ ରାଣା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସଚେତନତା ରଥ ମାଧ୍ୟମରେ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ୧୪ ଗୋଟି ବ୍ଲକ ତଥା ସମସ୍ତ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରେ ତିନି ଦିନ ଧରି ସଚେତନତା ରଥ ପରିକ୍ରମା କରିବା ସହ ପ୍ରଚାର ପତ୍ର ବଣ୍ଟନ ଓ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ଏବଂ ବିଭିନ୍ନ ସ୍ଥାନରେ ସଚେତନତା ସଭା ଆୟୋଜନ କରାଯାଇ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥାକୁ ଆପଣାଇବାକୁ ପ୍ରୋତ୍ସାହିତ କରାଯିବ ।
ଆଜିର ଏହି ସଚତନତା ରଥର ଶୁଭାରମ୍ଭ କାର୍ଯକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସନ୍ଥଲାଲ ଦୀପ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ ,ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଯୋଗେଶ୍ଵର ମହାନ୍ତି, ସଦସ୍ୟ ଡ଼. ଗୋଦାବରୀଶ ରଥ, ବିରଞ୍ଚି ବହିଦାର, ନନ୍ଦକିଶୋର ଷାଣ୍ଢ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯକ୍ରମରେ ପଲ୍ଲି ଆଲୋକ ପାଠାଗାରର ପ୍ରଶାନ୍ତ ନାୟକ, ହିରାଲାଲ ମିଶ୍ର, ୱାନ ଷ୍ଟପ ସେଣ୍ଟର ବଲାଙ୍ଗିରର ଆଲିଶା ଚକ୍ରବର୍ତୀ, ପ୍ରତିଭା ଦାଶ, ସୁଜାତା ପ୍ରଧାନ, ନିରୁପମା ଜାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶିଶୁ ସୁରକ୍ଷା ୟୁନିଟ ର ସୁଧାଂଶୁ ଶେଖର କୁମ୍ଭାର, ଚୂଡାମଣି ପଣ୍ଡା, ଦିଗାମ୍ବର କର, ଅରୁଣ ଖୁଆସ, ସୁଦାମ ସୁନା, ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ପରିଚାଳନା କରିଥିବା ବେଳେ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାର ଦ୍ଵାରା ପରିଚାଳିତ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ଅନୁଷ୍ଠାନ ର ନିର୍ଦ୍ଦେଶକ କ୍ଷମାନିଧି ମେହେର, କାର୍ଯକ୍ରମ ପରିଚାଳକ ଦେବାଶିଷ ପଟେଲଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।