
କନ୍ଧମାଳ, ଫୁଲବାଣୀ ଜିଲ୍ଲା ସରକାରୀ ଆଇ.ଟି.ଆଇ. କଲେଜ ପରିସରରେ ଜିଲ୍ଲା ଜଜ୍ ସିତିକଣ୍ଠ ସାମଲଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଥିଲା।
ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅନୁଶିଳା ରୟ ଯୋଗ ଦେଇଥିଲେ ଏବଂ ଜିଲ୍ଲା ବାର୍ ଆସୋସିଏସନ୍ ର ସଭାପତି ବିଜୟ କୁମାର ମହାନ୍ତି, ସରକାରୀ ମେଡିକାଲ ର ଏଡ଼ସ ରୋଗୀ ସଚେତନତା କାର୍ଯ୍ୟକ୍ରମର ସଂଯୋଜକ ଦେବାଶିଷ ମିଶ୍ର, ସ୍ବାତୀ ଅନୁଷ୍ଠାନର ସଂପାଦକ ଇଂ. ହରିଶଙ୍କର ରାଉତ, ଅନ୍ୟତମ ଅତିଥି ସରକାରୀ ଆଇଟିଆଇ କଲେଜ ଇନଚାର୍ଜ ନୃସିଂହ ମହାପାତ୍ର ପି.ଏଲ.ଭି. ଡି.ଏଲ୍.ଏସ୍ ଅଶୋକ କୁମାର ପ୍ରଧାନ ଉକ୍ତ ସଭାରେ ଯୋଗଦେଇଥିଲେ। ମୂଖ୍ୟତଃ ଏଡ଼ସ୍ ର ରୋଗର ନିରାକରଣ ଓ ସଚେତନତା ଉପରେ ବକ୍ତା ମାନେ ନିଜ ନିଜର ଅଭିଭାଷଣରେ ବକ୍ତବ୍ୟ ରଖିଥିଲେ। ଶେଷରେ ସରକାରୀ ହସ୍ପିଟାଲର ଦେବାଶିଷ ମିଶ୍ର ସୁନ୍ଦର ଗୀତ ମାଧ୍ୟମରେ ଏଡ଼ସ ଉପରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଜିଲ୍ଲାର ବିଶିଷ୍ଟ ରକ୍ତଦାତା ତଥା ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ଉପସ୍ଥିତ ସମସ୍ତଙ୍କୁ ଏହି ଦିବସରେ ଏଡସ୍ ରୋଗୀଠାରୁ ଦୂରରେ ରହିବା ପାଇଁ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ନୃସିଂହ ଚରଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।