ଭୁବନେଶ୍ୱର, ଏଏସ୍ଓ ନିଯୁକ୍ତି ପରୀକ୍ଷାର ଚୂଡାନ୍ତ ଫଳ ପ୍ରକାଶ ଉପରେ ଅନ୍ତରୀଣ ରୋକ ଲଗାଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ତେବେ କମ୍ପ୍ୟୁଟର ପ୍ରୋଫିସିଏନସି ଟେଷ୍ଟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଶୁକ୍ରବାର ଦିନ ଏକ ମାମଲାର ଶୁଣାଣି କରି ଓଡ଼ିଶା ଲୋକସେବା ଆୟୋଗ ତରଫରୁ ଅନୁଷ୍ଠିତ ଆସିଷ୍ଟାଂଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାର ଚୁଡାନ୍ତ ଫଳ ପ୍ରକାଶ ଉପରେ ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଛନ୍ତି । ନିଯୁକ୍ତି ପରୀକ୍ଷାରେ ବ୍ୟାପକ ନିୟମ ଉଲ୍ଲଙ୍ଘନ ଅଭିଯୋଗ ନେଇ ଦାୟର ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ ଜବାବ ତଲବ କରିଛନ୍ତି । ଅଦାଲତଙ୍କ ବିନା ଅନୁମତିରେ ଚଡ଼ାନ୍ତ ତାଲିକା ପ୍ରକାଶ କରାଯାଇ ପାରିବନି ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ତେବେ କମ୍ପ୍ୟୁଟର ଟେଷ୍ଟ ଜାରି ରହିବ ବୋଲି ହାଇକୋର୍ଟ କହିଛନ୍ତି । ୨୦ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ । ଏ ନେଇ ହାଇକୋର୍ଟରେ ପାଂଚ ଜଣ ପ୍ରାର୍ଥୀ ମାମଲା ଦାୟର କରିଛନ୍ତି ।