
ମାଲକାନଗିରି, ଆଜି ଠାରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ ଆରମ୍ଭ ହୋଇଛି। ମାଲକାନଗିରି ଜିଲ୍ଲାରେ ଏହାର ପ୍ରଭାବ ସେମିତି କିଛି ପଡ଼ିନାହିଁ। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ଖୋଲା ରହିଛି। ଯାନବାହନ ଘରୋଇ ବସ୍ ସ୍ଵାଭାବିକ ଭାବରେ ଚଳାଚଳ କରୁଥିବା ବେଳେ କେବଳ ମାଓବାଦୀଙ୍କ ଭୟରେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚଳାଚଳ କରୁଥିବା ସମସ୍ତ ସରକାରୀ ବସ୍ ଗୁଡିକ ବନ୍ଦ ରହିଛି। ଆଜିଠାରୁ ସରକାରୀ ବସ ବନ୍ଦ ହୋଇଯାଇ ଥିବାରୁ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ମାଓପ୍ରବଣ ଅଞ୍ଚଳକୁ ଘରୋଇ ବସ୍ ଓ ଯାନବାହନ ଚଳାଚଳ କରୁଥିବା ବେଳେ ସରକାରୀ ବସ୍ ଗୁଡିକୁ କେଉଁ ଉଦ୍ଦେଶ୍ୟରେ ବନ୍ଦ କରାଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି।