ବଲାଙ୍ଗିର,ଗତ ୨୫ ବର୍ଷ ହେଲା ଲୋଇସିଙ୍ଗା ବ୍ଲକ ରାଣୀସର୍ଦା ପଞ୍ଚାୟତ ଅନ୍ତର୍ଗତ କୁମଡ଼େ ଗ୍ରାମରେ ପ୍ରତି ବର୍ଷ ମାର୍ଗଶିର ମାସ ଗୁରୁବାର ଦିନ ଲକ୍ଷ୍ମୀ ପୂରଣ ନାଟକ ମଞ୍ଚସ୍ଥ ହୋଇ ଆସୁଛି। ଗତକାଲି ବରିଷ୍ଠ କଳାକାର ମାନଙ୍କୁ ନେଇ ସମ୍ବର୍ଦ୍ଧନା ଦେବା ସହିତ ପାରମ୍ପରିକ ନାଟ୍ଯକଳା ନୂତନ ପିଢିର କଳାକାର ମାନଙ୍କୁ ପ୍ରେରଣା ଯୋଗାଇବ ସେଥିପାଇଁ ଏହି ସମାରୋହର ଆୟୋଜନ କରାଯାଇଥିଲା। ରାଜକିଶୋର ପଣ୍ଡାଙ୍କ ରଚିତ ଗୀତିନାଟ୍ୟ ନୃତ୍ୟ ନାଟିକା ଗୁଡିକ ଗୋଲାକ ତ୍ରିପାଠୀଙ୍କ ନିର୍ଦେଶନାରେ କଳାକାର ମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା। ବିପିନ ବିହାରୀ ମିଶ୍ର (ଜମଟିଆ), ଗୋଲାକ ତ୍ରିପାଠୀ, ରାଜକିଶୋର ପଣ୍ଡା, ସୁରେଶ ଦାଶ, ନଗେନ୍ଦ୍ର ପଧାନ, ପ୍ରତାପ ଧରୁଆ ଓ ରତନ ମହାକୁର ନାଟ୍ଯ କଳାକାର ସମ୍ବର୍ଦ୍ଧିତ ହୋଇଥିଲେ। ପିତା ମାନଙ୍କ୍ ଅଭିନୟ ପରେ ପୁତ୍ର କଳାକାର ମାନଙ୍କ ଅଭିନୟ ଦେଖି ଅଞ୍ଚଳର ନାଟ୍ଯ ପ୍ରେମୀ ଉଲ୍ଲସିତ ହୋଇ ପ୍ରୋତ୍ସାହିତ କରିଥିଲେ।
ନାଟ୍ଯ ଅବସରରେ ସ୍ବରଚିତ ଜଗନ୍ନାଥ କୋସଲି ଭାଷାରେ ଜଣାଣ ପରିବେଷଣ କରିଥିଲେ ରାଜକିଶୋର ପଣ୍ଡା। ଏହି ଗ୍ରାମ କଳା ଗ୍ରାମ ରୂପରେ ସମ୍ମାନିତ ହେବା ଉଚିତ ବୋଲି ମତ ପ୍ରକାଶ ପାଇଛି।