-
କଂଗ୍ରେସ ପରିତ୍ୟାଗ କରି ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ସଞ୍ଜୟ ଭୋଇ
-
ବିଜେଡି ଛାଡି ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ସ୍ୱର୍ଗତ ମୁରାରି ମିଶ୍ରଙ୍କ ଝିଅ ରାଜଲକ୍ଷ୍ମୀ ମିଶ୍ର
ପଦ୍ମପୁର/ଭୁବନେଶ୍ୱର,ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ନୀତି ଏବଂ ସର୍ବଦା ଓଡ଼ିଶାର ଉନ୍ନତି ଚିନ୍ତା କରୁଥିବା ଭାରତୀୟ ଜନତା ପାର୍ଟି ପ୍ରତି ଆସ୍ଥା ପ୍ରକଟ କରି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବରଗଡ ସାଂସଦ ସୁରେଶ ପୂଜାରୀ ଏବଂ ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ ଏବଂ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀଙ୍କ ଉପସ୍ଥିତିରେ କଂଗ୍ରେସ ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ ପୂର୍ବତନ ସାଂସଦ ଶ୍ରୀ ସଞ୍ଜୟ ଭୋଇ ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ.କୃପାସିନ୍ଧୁ ଭୋଇଙ୍କର ସୁପୁତ୍ର ଇଂ.ସଞ୍ଜୟ ଭୋଇ ଗତ ୨୦୦୯ ରୁ ୨୦୧୪ପର୍ଯ୍ୟନ୍ତ ସାଂସଦ ଥିଲେ । ପଦମପୁର ସମେତ ବରଗଡ ଜିଲ୍ଲାବାସୀନ୍ଦାଙ୍କ ପାଇଁ ଦିବଂଗତ ଡ. କୃପାସିନ୍ଧୁ ଭୋଇ ଓ ଡ. ମୁରାରୀ ମିଶ୍ରଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଚିର ସ୍ମରଣୀୟ ହୋଇ ରହିବେ । ଆଜିର ଯୋଗଦାନ ଫଳରେ ଭାରତୀୟ ଜନତା ପାର୍ଟିର ସଂଗଠନ ଆହୁରି ସୁଦୃଢ଼ ହୋଇଛି । ବିଶେଷଭାବେ ଚଳିତ ପଦମପୁର ଉପନିର୍ବାଚନ ଅବସରରେ ଆଜିର ଦିନଟି ଅତ୍ୟନ୍ତ ସ୍ମରଣୀୟ ହୋଇ ରହିବ । ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଏହି ମିଶ୍ରଣ ପର୍ବ ଅବସରରେ ଶ୍ରୀ ଭୋଇ ଏବଂ ଶ୍ରୀମତୀ ମିଶ୍ରଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା ।