କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ ,ରାଜ୍ୟର ସମସ୍ତ ସହରାଞ୍ଚଳ ଓ ଗ୍ରାମ୍ୟ ଜଳଯୋଗାଣ ବ୍ୟବସ୍ଥାରେ ଦୀର୍ଘ ବର୍ଷ ବର୍ଷ ଧରି ସ୍ଥାୟୀ କାର୍ଯ୍ୟ କରି ଆସୁଥିବା ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବା ଦାବିରେ ଯାନ୍ତ୍ରିକ ସଂଘ ପକ୍ଷରୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଜରିଆରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ପାନୀୟ ଜଳଯୋଗାଣ ଭଳି ଏକ ଅତ୍ୟାବଶ୍ୟକ ତଥା ଜରୁରୀ ସେବା ସମ୍ପୃକ୍ତ ବିଭାଗରେ ଦୀର୍ଘ ବର୍ଷ ଧରି ସ୍ଥାୟୀ କାର୍ଯ୍ୟ କରିଆସୁଥିବା ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବାରେ ସରକାରଙ୍କ ପକ୍ଷରୁ ଅଣଦେଖା କରାଯାଇଛି । ଯାଦ୍ୱାରା ସମ୍ପୃକ୍ତ କର୍ମଚାରୀ ଓ ସେମାନଙ୍କର ପରିବାର ସଦସ୍ୟମାନଙ୍କ ମଧ୍ୟରେ ଚରମ ପ୍ରତିକ୍ରିୟା ତଥା ତୀବ୍ର ଅସନ୍ତୋଷ ପ୍ରକାଶ ପାଇଅଛି । ସ୍ଥାୟୀ ନିଯୁକ୍ତି ମିଳିବା ପାଇଁ ଯାନ୍ତ୍ରିକ
ସଂଗଠନ ପକ୍ଷରୁ ସରକାରଙ୍କ ନିକଟରେ ଅତୀତରେ ବହୁବାର ଦାବି କରାଯାଇଅଛି ।ମାତ୍ର ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏ ଦିଗରେ ସରକାରୀ ସ୍ତରୀୟ ସମସ୍ତ ପ୍ରକାର ଆଲୋଚନା ଓ ନିଷ୍ପତି ଫଳପ୍ରଦ ହୋଇପାରିନାହିଁ । ସହରାଞ୍ଚଳ ଓ ଗ୍ରାମ୍ୟ ଜଳଯୋଗାଣ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ସଂଘ ତରଫରୁ ଦାବୀ କରାଯାଇଛି |