ମାଲକାନଗିରି – ସ୍ଥାନୀୟ ଓଁ ଭୁର୍ବୁବସ୍ୱଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ଅବସରରେ ପ୍ରାତଃ ୮ ଘଟିକା ସମୟରେ ପରିବେଶ ସୁରକ୍ଷା ଏବଂ ଜଙ୍ଗଲ ରକ୍ଷା ଉପରେ ,କ ସଚେତନ ଶୋଭାଯାତ୍ରା ବାହାରିଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଏଡ଼ିଏଫଓ ଶ୍ରୀକାନ୍ତ ନାୟକ ଯୋଗଦେି ପରିବେଶ ସନ୍ତୁଳନତା ଉପରେଦୀକ୍ଷାନ୍ତ ବକ୍ତବ୍ୟ ପ୍ରଦାନ କରି ସବୁଜ ପତାକା ହଲାଇ ଉଦଘାଟନ କରିଥିଲେ । ଦିନ ଦଶ ଘଟିକା ସମୟରେ ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ରୂପେ ମାନସ ମାଡ଼କାମି, ସଭାପତି ଆଦିବାସୀ ବିକାଶ ପରିଷଦ ମାଲକାନଗିରି ଯୋଗଦେଇ ଛାତ୍ର ଛାତ୍ରୀମାନେ ଶୃଙ୍ଖଳିତ ହୋଇ ଶିକ୍ଷା ଗ୍ରହଣ କଲେ ସେମାନଙ୍କ ଭବିଷ୍ୟତ ଉଜ୍ଜଳମୟ ହେବ ବୋଳି ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନୀୟ ଅତିଥି ରୂପେ କ୍ଷୀରବଧୂ ବେହେରା, ଆଇଟିଡିଏ ଯୋଗଦେଇ କହିଥିଲେ ଯେ କେବଳ ଶିକ୍ଷା ସହଯଦି କ୍ରୀଡ଼ା ଜଡ଼ିତ ରହେ ତେବେ ତାହା ଭବିଷ୍ୟତରେ ନିଶ୍ଚିତ ଭାବରେ ରୋଜଗାର ଯୋଗାଇ ଦେବ । ଅନ୍ୟତମ ଅତିଥି ରାଜିକନ୍ତ କୌର, ପୂର୍ବତନ ନଗରପାଳ, ମାଲକାନଗିରି ୫୦ ବଷ
ତଳର ମାଲକାନଗିରି ଶିକ୍ଷା କ୍ଷେତ୍ରରେ ଯେଉଁ ପଛୁଆ ଥିଲା, ତାହା ବର୍ତମାନ ଶିକ୍ଷାରେ ବହୁତ ଆଗେଇଛି ବୋଲି ଖୁସି ବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଡ. ପ୍ରତାପ ଚନ୍ଦ୍ର ଦାଶ, ଛାତ୍ର ଛାତ୍ରୀ ମାନେ ନିଜ ଲକ୍ଷ ପୂରଣ କରିବାକୁ ହେଲେ ସ୍ଥିତପ୍ରଜ୍ଞ ବେହାକୁ ପଡ଼ିବ ଏବଂ ଏଥିପାଇଁ ମୁଖ୍ୟତଃ ଏକାଗ୍ରତା ଓ ଶୃଙ୍ଖଳିତ ହେବା ଦରକାର କହି ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ୯ ଜଣ ଛାତ୍ର ଧନ୍ୟବାଦ ଦେଇଥିଲେ ।