ମାଲକାନଗିରି,ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଞ୍ଚାୟତ ଏମଭି ୭୯ ରେ ଥିବା ଡଃ. ଶ୍ୟାମପ୍ରସାଦ ଡିଗ୍ରୀ କଲେଜରେ ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସ ତରଫରୁ ଆଜି ବିଶ୍ବ ଏଡସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜ ର ଅଧ୍ୟକ୍ଷା ଶ୍ରୀମତୀ ପ୍ରବାସିନୀ ମହାପାତ୍ର ସଭାପତିତ୍ଵ କରିଥିଲେ। ଏମଭି ୭୯ ମେଡ଼ିକାଲ ର ମେଡ଼ିକାଲ ଅଫିସର ଡା. ପ୍ରସନଜିତ ରାୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଡ଼ଃ. ରାୟ ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ଯେ, ଏଡସ ରୋଗ ଏକ ଆଛୁଆଁ ରୋଗ ନୁହେଁ, ଏହାର ନିରାକରଣ ଓ ପ୍ରତିକାର ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ତାଙ୍କ ଭାଷଣରେ କହିଥିଲେ, ଏହା ଏକ ସାମାଜିକ ବ୍ୟାଧି ହେଲେ ମଧ୍ୟ ଯଦି ଜଣେ ଏଡସ ରୋଗୀ ମାନସିକ ସ୍ତରରେ ଦୁର୍ବଳ ନହୋଇ ସକରାତ୍ମକ ଚିନ୍ତାଧାରା ରଖିବେ ଏବଂ ଠିକ ସମୟରେ ଚିକିତ୍ସା କଲେ ରୋଗୀଟିଏ ମୃତ୍ଯୁ ମୁଖରେ ପଡିବ ନାହିଁ ଓ ଆରୋଗ୍ୟ ଲାଭ କରିପାରିବ । ଏଥିରେ କଲେଜ ର ଇତିହାସ ବିଭାଗର ଅଧ୍ୟାପକ ତାରିଣୀ ଚରଣ ମହାନ୍ତି, ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀମନ୍ତ ମହାପାତ୍ର, ଏଡସ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପି.ଇ.ଟି ଅମିୟ ସରକାର, କିରାଣୀ ପ୍ରଦୀପ ପ୍ରଧାନ , ବ୍ରଜେନ ମିର୍ଧା, ସିବୁ ଦତ୍ତ ସମେତ କଲେଜ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଶିକ୍ଷା ବିଭାଗର ଡେମୋନଷ୍ଟ୍ରେର ଲକ୍ଷ୍ମୀ ପ୍ରସାଦ ବାରିକ ତାଙ୍କ ଅଭିଭାଷଣ ପରେ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ କଲେଜ ର ସମସ୍ତ ଛାତ୍ର ଛାତ୍ରୀଙ୍କ ସମେତ କଲେଜ ର ଅଧ୍ୟକ୍ଷା ଓ ସମସ୍ତ କର୍ମଚାରୀ ମିଶି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଲୋକଙ୍କୁ ଏଡ଼ସ ରୋଗ ସମ୍ପର୍କରେ ସଚେତନ କରିଥିଲେ।