
ଭୁବନେଶ୍ୱର, ଗାଁ ସାଥୀଙ୍କ ଦ୍ୱାରା କରା ଯାଉଥିବା ଆନ୍ଦୋଳନ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି । ବିଜେପି ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ।
ସେ କହିଛନ୍ତି ଯେ ଶିକ୍ଷକ ମାନଙ୍କର ଆନ୍ଦୋଳନ ବର୍ତମାନ ପାଇଁ ସ୍ଥଗିତ ହୋଇ ଯାଇଛି । ହେଲେ ଅନେକ ସଂଗଠନ ଏବେ ବି ଲୋଅର ପିଏମଜିରେ ଆନ୍ଦୋଳନ କରୁଛନ୍ତି । ହେଲେ ଦୁର୍ଭାଗ୍ୟର କଥା ରାଜ୍ୟ ସରକାର ତାଙ୍କ ସହ କୌଣସି ପ୍ରକାର ଆଲୋଚନା କରୁ ନାହାନ୍ତି । ଗାଁ ସାଥୀ ମାନେ ମଧ୍ୟ ଅନେକ ଦିନ ଧରି ଆନ୍ଦୋଳନରେ ଅଛନ୍ତି । ତେଣୁ ରାଜ୍ୟ ସରକାର ତାଙ୍କ ସହ ଆଲୋଚନା କରି ତାଙ୍କର ସମସ୍ୟାର ସମାଧାନ କରନ୍ତୁ ବୋଲି ସେ ଦାବି କରିଛନ୍ତି ।