ମାଲକାନଗିରି – ମାଓ ଉପଦ୍ରୁତ ତୁଳସୀ ପାହାଡ଼ରେ ଆଜି ଏକ ମେଡ଼ିକାଲ ଟିମ୍ ୧୦ଟି ପାହାଡ଼ ଚଢ଼ି ପାଖାପାଖି ପ୍ରାୟ ୧୮ କି.ମି. ଚାଲି ଚାଲି ଅତିକ୍ରମ କରିବା ପରେ ତୁଳସୀ ପାହାଡ଼ରେ ପହଂଚି ଥିଲା ଏହି ଟିମ୍ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଟେମରୁପାଲ୍ଲୀ ଠାରୁ ପ୍ରାୟ ୧୮ କି.ମି. ପରେ ତୁଳସୀ ପାହାଡ଼ ଅବସ୍ଥିତ । ଏଠାରେ ଏ ପର୍ଯ୍ୟନ୍ତ ପ୍ରଶାସନ ପହଂଚିବା କଷ୍ଟକର ହୋଇପଡ଼ିଥିଲା । ହେଲେ ଜିଲ୍ଲା ସାରା ଅଜଣା ରୋଗର ଭୟ ରହିଥିବା ଯୋଗୁଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲାର ପ୍ରତି ପ୍ରାନ୍ତରେ ପହଂଚି ଚିକିତ୍ସା ଆରମ୍ଭ କରିଦେଇଛି । ସେହିପରି ତୁଳସୀ ପାହାଡ଼ରେ ବି ସମାନ ଅବସ୍ଥା । ଏବଂ ମୂଳ କଥା ହେଉଛି ନକ୍ସଲ ଭୟରେ ଏହି ତୁଳସୀ ପାହଡ଼ର ଲୋକମାନେ କେବେ ମଧ୍ୟ ଚିକିତ୍ସା କି ଅନ୍ୟାନ୍ୟ ସୁବିଧା ନେବା ପାଇଁ ତଳିଆ ଅଂଚଳକୁ ଆସନ୍ତି ନାହିଁ । ତେଣୁ କରି ବାଧ୍ୟ ହୋଇ ଆଜି ସେ ଅପହଂଚ ମାଓ ଉପଦ୍ରବ ଅଂଚଳରେ ପହଂଚିଥିଲା ୪ ଜଣ ଡାକ୍ତରଙ୍କ ସହ ମେଡ଼ିକାଲ ଟିମ୍ ଓ ସାଙ୍ଗରେ ଥିଲେ ନର୍ସ ଅଙ୍ଗନବାଡ଼ି ସୁପରଭାଇଜର ଓ ଅନ୍ୟାନ୍ୟ କର୍ମଚାରୀ । ସେଠି ନିଃଶୁଳ୍କ ମୂଲ୍ୟରେ ଔଷଧ ଦେବା ସହ ବିଭିନ୍ନ ପ୍ରକାରର ପରୀକ୍ଷା କରିଥିଲେ ଏବଂ କିଛି ରୋଗ ଚିହ୍ନଟ ମଧ୍ୟ ହୋଇଥିବାର ଜଣାପଡ଼ିଛି ।
Related Stories
December 26, 2024