-
ସେମିଳିଗୁଡାରେ ସର୍ବନିମ୍ନ ୯.୧ ଡ଼ିଗ୍ରୀ
-
ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରେକର୍ଡ଼
ଭୁବନେଶ୍ଵର, ରାଜ୍ୟର ୧୧ଟି ସ୍ଥାନରେ ୧୪ ଡ଼ିଗ୍ରୀ ତଳେ ରହିଛି ରାତ୍ରିକାଳୀନ ତାପମାତ୍ରା । କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୯.୧ ଡ଼ିଗ୍ରୀ ରହିଛି ।
ସେହିପରି ସୁନ୍ଦରଗଡ଼ କିରେଇରେ ୧୦.୫ ଡ଼ିଗ୍ରୀ, କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ୧୧ ଡ଼ିଗ୍ରୀ, ନବରଙ୍ଗପୁରରେ ୧୧.୫, କୋରାପୁଟରେ ୧୧.୫, ସୁନ୍ଦରଗଡ଼ରେ ୧୨.୫, ଝାରସୁଗୁଡାରେ ୧୨.୮, କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ୧୩, ଦାରିଙ୍ଗବାଡିରେ ୧୩, ସମ୍ବଲପୁର ଜିଲ୍ଲା ଚିପିଲିମାରେ ୧୩.୪, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ୧୩.୮ ଡ଼ିଗ୍ରୀ ରହିଛି ।
ଏହା ବ୍ୟତୀତ କଟକରେ ୧୮.୫ ଡ଼ିଗ୍ରୀ (ସ୍ଵାଭାବିକ ରାତ୍ରି ତାପମାତ୍ରା ଠାରୁ ୨.୯ ଡ଼ିଗ୍ରୀ ଅଧିକ) ଏବଂ
ଭୁବନେଶ୍ଵରରେ ୧୯.୪ ଡ଼ିଗ୍ରୀ (ସ୍ଵାଭାବିକ ରାତ୍ରି ତାପମାତ୍ରା ଠାରୁ ୨.୯ ଡ଼ିଗ୍ରୀ ଅଧିକ) ରାତ୍ରିକାଳୀନ ତାପମାତ୍ରା ରେକର୍ଡ଼ ହୋଇଛି ।
ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରେକର୍ଡ଼ ହୋଇଥିବା ନେଇ ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ସୂଚନା ମିଳିଛି ।