
-
ପ୍ରାପ୍ତବୟସ୍କ ପଥରେ ପଥିକ ହେବାର ଅବସ୍ଥାକୁ ଚମକପ୍ରଦ ଭାବରେ ଚିତ୍ରଣ କରିବା ନିମନ୍ତେ ଚଳଚ୍ଚିତ୍ର ହେଲା ପୁରସ୍କୃତ
-
୫୩ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ
ନୂଆଦିଲ୍ଲୀ, (ଆଇଏଫଏଫଆଇ)ରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନଜନକ ଗୋଲ୍ଡେନ ପିକକ୍ (ସ୍ବର୍ଣ୍ଣ ମୟୂର) ପୁରସ୍କାର ହାସଲ କରିଛି ସ୍ପେନୀୟ ଚଳଚ୍ଚିତ୍ର ଟେଙ୍ଗୋ ସୁଏନୋସେଲେକ୍ଟ୍ରିକୋସ (ଆଇ ହାଭ ଇଲେକ୍ଟ୍ରିକ୍ ଡ୍ରିମ୍ସ) । ଏହା ଏପରି ଏକ ସିନେମା ଯେଉଁଥିରେ ବର୍ତ୍ତମାନ ଏବଂ ଭବିଷ୍ୟତକୁ ପରଦାରେ ଉତ୍ତାରିବାରେ ନିର୍ମାତା ସକ୍ଷମ ହୋଇଥିବା ବିଚାରକ ମଣ୍ଡଳୀ ବର୍ଣ୍ଣନା କରିଛନ୍ତି। କୋଷ୍ଟାରିକା ଚଳଚ୍ଚିତ୍ର ନିର୍ମାତା ଭାଲେଣ୍ଟିନା ମରେଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଜଣେ ୧୬ ବର୍ଷୀୟା ବାଳିକା ଇଭାଙ୍କର ପ୍ରାପ୍ତବୟସ୍କା ହେବା ଦିଗରେ ଯାତ୍ରାକୁ ଅନ୍ବେଷଣ କରିଥାଏ। ଏହା ଏପରି ଏକ ପ୍ରକ୍ରିୟା ଯାହା କେବଳ ବୟସ ବୃଦ୍ଧି ହେବା ବିଷୟରେ ନୁହେଁ, ବରଂ ଏହାର ଗଭୀରତା ବେଳେବେଳେ କିଛି ନିର୍ଦ୍ଦିଷ୍ଟ ଉପାୟରେ ଲୋକଙ୍କ ମନୋବଳକୁ ଭାଙ୍ଗିପାରେ । ଚଳଚ୍ଚିତ୍ରରେ ଉପସ୍ଥାପିତ ଜୀବନର ଜଟିଳତାର ସଚ୍ଚୋଟ ଚିତ୍ର ବିଷୟରେ କହିବାକୁ ଯାଇ, ବିଚାରକ ମଣ୍ଡଳୀ ଟିପ୍ପଣୀ ଦେଇଛନ୍ତି ଯେ ହିଂସା ଏବଂ ସୌନ୍ଦର୍ଯ୍ୟ, କ୍ରୋଧ ଏବଂ ଅନ୍ତରଙ୍ଗତା ସମପର୍ଯ୍ୟାୟବାଚୀ ହୋଇ ଯାଇଥାଏ ।