-
‘‘ଆଞ୍ଚଳିକ ସିନେମା ଆଉ ଆଞ୍ଚଳିକ ହୋଇ ରହିନାହିଁ, ଏହା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରକୁ ଯାଇଛି”
ନୂଆଦିଲ୍ଲୀ, ଚଳଚ୍ଚିତ୍ର ପାଇଁ ପ୍ରଶଂସା ଏବଂ ପ୍ରବଳ ଭଲ ପାଇବାକୁ ପ୍ରୋତ୍ସାହିତ କରିବା ସହିତ ୫୩ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଗୋଆର ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଇନଡୋର ଷ୍ଟାଡିୟମରେ ଏକ ଭବ୍ୟ ସମାରୋହ ମଧ୍ୟରେ ଉଦଯାପିତ ହୋଇଛି । ରଙ୍ଗାରଙ୍ଗ ତଥା ଚିତ୍ତାକର୍ଷକ ଉଦଯାପନୀ ସମାରୋହରେ ଅତିଥିମାନଙ୍କୁ ସ୍ୱାଗତ କରି କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଆଇଏଫଏଫଆଇ ଉଭୟ ଯୁବକ ଏବଂ ବୟସ୍କ, ନୂତନ ତଥା ଉତ୍ସବର ବରିଷ୍ଠମାନଙ୍କ ପାଇଁ ସିନେମାର ଏକ ନୂତନ ଦୁନିଆ ଖୋଲିଛି । ଆଇଏଫ୍ଏଫ୍ଆଇ କେବଳ ମନୋରଞ୍ଜନ ନୁହେଁ ବରଂ ଆମକୁ ଶିକ୍ଷା ମଧ୍ୟ ଦେଇଛି । ଆଇଏଫ୍ଏଫ୍ଆଇ ଆମକୁ ଆମୋଦ ପ୍ରଦାନ କରି ଇନ୍ଦ୍ରିୟଗୁଡିକୁ ସକ୍ରିୟ କରିଛି ବୋଲି ସେ କହିଛନ୍ତି ।