
-
ପୁରୀ ସହରର ଯୁବ ନେତା ତଥା ସମାଜସେବୀ ଶ୍ରୀ ଷ୍ଟାଲିନ୍ ପରିଜାଙ୍କୁ ମାନ୍ୟବର ରାଜ୍ୟପାଳଙ୍କ ଦ୍ଵାରା “Youth Icon” ପୁରସ୍କାର ପ୍ରଦାନ
ପୁରୀ , ମଙ୍ଗବାର ଦିନ ଭୁବେଶ୍ଵରଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଗୀତାଞ୍ଜଳି ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀ ଲାଲ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଅଭିଭାଷଣରେ ରାଜ୍ୟପାଳ ଓଡ଼ିଶାର କାରୁକାର୍ଯ୍ୟ ଓ ସଂସ୍ମୃତି ବିଷୟରେ ଆଲୋଚନା କରିବା ସହ ସାମଜିକ ସେବାରେ ନିଜ ଜୀବନକୁ କିପରି ଉତ୍ସର୍ଗ କରି ପାରିବା ସେ ବିଷୟରେ ଜଣାଇଥିଲେ। ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ବର୍ଗରେ ସମ୍ମାନିତ କରାଯାଇଥିଲା। ସମାଜସେବା ଓ ଯୁବକ ମାନଙ୍କ ପ୍ରେରଣା ପାଇଁ ପୁରୀ ସହରର ଯୁବ ନେତା ତଥା ସମାଜସେବୀ ଶ୍ରୀ ଷ୍ଟାଲିନ୍ ପରିଜାଙ୍କୁ ମାନ୍ୟବର ରାଜ୍ୟପାଳଙ୍କ ଦ୍ଵାରା “Youth Icon” ପୁରସ୍କାର ପ୍ରଦାନ କରାଯାଇଥିଲା। ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶ୍ରୀ ପରିଜା ସମସ୍ତ ଶ୍ରେୟ ନିଜ ପରିବାର ଲୋକଙ୍କୁ ଦେବା ସହ ପ୍ରତିଟି ପୁରୀ ସହର ବାସୀଙ୍କୁ ଉତ୍ସର୍ଗ କରିଛନ୍ତି। ସମାଜ ସେବା ମାଧ୍ୟମରେ ଆହୁରି ଲୋକଙ୍କ ପାଖରେ ଅଧିକା ପହଞ୍ଚି ରାଜ୍ୟ ସରକାରଙ୍କ ସୁବିଧା ଓ ସହଯୋଗ ଜନସାଧାରଣ ପାଇପାରିବେ ବୋଲି ସେ ଚେଷ୍ଟା କରିବେ ବୋଲି ନିଜ ବକ୍ତବ୍ୟରେ ଜଣାଇଛନ୍ତି ।