ଭୁବନେଶ୍ଵର, ରାଜ୍ୟର ୮ଟି ସ୍ଥାନରେ ୧୧ ଡ଼ିଗ୍ରୀ ତଳେ ରହିଛି ରାତ୍ରି ତାପମାତ୍ରା । ରାତ୍ରୀକାଳୀନ ତାପମାତ୍ରାରେ ହ୍ରାସ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହୋଇଛି । କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୪ ଡ଼ିଗ୍ରୀ ରହିଛି ।
ସେହିପରି କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ୯ ଡ଼ିଗ୍ରୀ, ଫୁଲବାଣୀରେ ୯.୫, ଦାରିଙ୍ଗବାଡିରେ ୯.୫, ନବରଙ୍ଗପୁରରେ ୧୦ ଡ଼ିଗ୍ରୀ, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୧୦ ଡ଼ିଗ୍ରୀ, କୋରାପୁଟରେ ୧୦.୨ ଏବଂ ବୌଦ୍ଧରେ ୧୦.୫ ଡ଼ିଗ୍ରୀ ରହିଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।