ମାଲକାନଗିରି, କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ମହିଳା ଓ ପୁରୁଷ ସ୍ବାସ୍ଥ୍ୟ କର୍ମୀ ମାନେ ଆଜି ଏକ ୫ ଦଫା ସମ୍ବଳିତ ଦାବିପତ୍ର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉଦ୍ଦେଶ୍ୟରେ, କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡଃ. ସନ୍ତୋଷ କୁମାର ଷଡଙ୍ଗୀଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଉକ୍ତ ଦାବି ଗୁଡିକ ମଧ୍ୟରେ ( ୧) ସ୍ବାସ୍ଥ୍ୟ କର୍ମୀଙ୍କ କ୍ୟାଡ଼ର ପୁନର୍ଗଠନ କରି ଚାକିରି କାଳରେ ଚାରିଟି ପଦୋନ୍ନତି ଦେବା, (୨) ଅର୍ଥ ବିଭାଗର ନୂତନ ପ୍ରକାଶିତ ଗ୍ରେଡପେ ବିଜ୍ଞପ୍ତିକୁ ଲାଗୁ କରିବା, (୩) ଠିକା ବ୍ୟବସ୍ଥାର ସମ୍ପୁର୍ଣ୍ଣ ଉଚ୍ଛେଦ ସହ ଉକ୍ତ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ୬ ଗୋଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା, (୪) ବହୁମୂଖୀ ମହିଳା/ପୁରୁଷ ସ୍ବାସ୍ଥ୍ୟ କର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ ମାନଙ୍କ ପଦବୀର ନାମ ପରିବର୍ତ୍ତନ କରିବା, (୫) ସ୍ଵାସ୍ଥ୍ୟ କର୍ମଚାରୀଙ୍କ ପୋଷାକ ଭତ୍ତା ଆକାରରେ ବାର୍ଷିକ ୫୦୦୦/- ଟଙ୍କା ପ୍ରଦାନ କରିବା ସମ୍ବଳିତ ଦାବିପତ୍ର କୁଡୁମୁଲୁଗୁମ୍ମା ବହୁମୂଖୀ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ସଭାପତି ଆରତୀ ବେହେରା, ଉପ ସଭାପତି ରତିରଞ୍ଜନ ବାରୀକ, ସ°ପାଦକ ପ୍ରଭାତ ନଳିନୀ ବେହେରା, ସକୁନ୍ତଳା ଦାସ, ଶୁଭଲକ୍ଷ୍ମୀ ଦାସ ଓ ଗୋରଖ ନାଥ ସାହୁଙ୍କ ସମେତ ୩୦ ରୁ ଉର୍ଦ୍ଧ୍ବ ସ୍ବାସ୍ଥ୍ୟକର୍ମୀ ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି ।
ସ°ପାଦକ ଶ୍ରୀମତୀ ବେହେରା କହିଛନ୍ତି ଯେ, ଆଗାମୀ ଦିନରେ ଯଦି ସରକାର ଉକ୍ତ ନ୍ୟାର୍ଯ୍ୟ ଦାବି ଗୁଡ଼ିକ ପୂରଣ ନକଲେ ଆସନ୍ତା ଡ଼ିସେମ୍ବର ୭ ତାରିଖରୁ ସମଗ୍ର ଓଡ଼ିଶାର ସ୍ବାସ୍ଥ୍ୟ କର୍ମୀମାନେ କଳାବ୍ୟାଜ ପିନ୍ଧି ନୀରବ ପ୍ରତିବାଦ କରିବେ ଓ ଏହାର ଏକ ସପ୍ତାହ ପରେ ଅର୍ଥାତ୍ ଡିସେମ୍ବର ୧୪ ତାରିଖରୁ ଅସହଯୋଗ ଆନ୍ଦୋଳନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।