
କୋରେଇ, ଯାଜପୁର ବ୍ଲକ ଅନ୍ତର୍ଗତ ମାଳାନ୍ଦନପୁର ପଂଚାୟତ ରୁଡ଼ିଆ ଠାରେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ରାସ୍ତା ଅବରୋଧ କରିଥିଲେ। ରାସ୍ତାରେ ଆସୁଥିବା ଶତାଧିକ ବାଲି ବୋଝେଇ ଗାଡ଼ିଗୁଡିକୁ ଅଟକାଇଥିଲେ । ପ୍ରତ୍ଯକ ଦିନ ଏହି ରାସ୍ତା ଦେଇ ଶହ ଶହ ଗାଡି ବାଲି ପରିବହନ କରୁଥିବାରୁ ସ୍ଥାନୀୟ ସ୍କୁଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀ ମାନେ ନାନା ଅସୁବିଧାର ସମୁଖୀନ ହେବାକୁ ପଡୁଛି ଏପରିକି ଦୁର୍ଘଟଣା ମାନ ଅନେକ ସମୟରେ ଘଟୁଛି। ଏହାର ପ୍ରତିବାଦ କରିବାକୁ ଯାଇ ଶତାଧିକ ଗ୍ରାମର ଲୋକମାନେ ବହୁସମୟ ଧରି ରାସ୍ତା ଅବରୋଧ କରିଥିଲେ । ପରେ ବାଲି ପରିବହନ କରୁଥିବା ଠିକା ସଂସ୍ଥାର କର୍ମଚାରୀ ପହଁଚି ବୁଝାମଣା ପରେ ରାସ୍ତା ଅବରୋଧ ହଟିଥିଲା ।