ସମ୍ବଲପୁର,ବୁର୍ଲା ଭିସୁଟରେ ଛାତ୍ରଙ୍କୁ ରାଗିଂ ଘଟଣାରେ ବିଶ୍ଵବିଦ୍ୟାଳୟ କର୍ତୃପକ୍ଷ ଅଭିଯୁକ୍ତ ୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଘଟଣାରେ ସମ୍ପୃକ୍ତ ଥିବା ଚତୁର୍ଥ ବର୍ଷର ୩ ଛାତ୍ରଙ୍କୁ ବର୍ଷେ ଯାଏଁ କ୍ୟାମ୍ପସରୁ ବହିଷ୍କାର କରାଯାଇଛି । ସେହିପରି ଅନ୍ୟ ୪ ଜଣ ଛାତ୍ରଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖ ବିଳମ୍ବିତ ରାତ୍ରିରେ ହଷ୍ଟେଲ ଭିତରେ ଜଣେ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଆଂଟି ରାଗିଂ ସେଲ୍ ଓ ଶୃଙ୍ଖଳା କମିଟିର ମିଳିତ ତଦନ୍ତ ପରେ ସମ୍ପୃକ୍ତ ଛାତ୍ରମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।