ଭବାନୀପାଟଣା, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳ ଶିକ୍ଷ୍ଯାର ବିକାଶ ପାଇଁ ଅହରହ ପ୍ରୟାସ କରୁଛନ୍ତି, ଏବଂ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ କରୁଛନ୍ତି , ଶିକ୍ଷ୍ୟାରୁ କେହି ଯେପରି ବଞ୍ଚିତ ନ ରହିବେ ବୋଲି ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁର ନାରା ଦେଉଥିବା ବେଳେ, ଏଠି କିଛି ଓଲଟା ଚିତ୍ର ଦେଖିବାକୁ ମିଲୁଛି, ଦୁର୍ଭାଗ୍ୟର ବିଷୟ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଥୁଆମୁଲ ରାମପୁର ବ୍ଲକ୍ ଅନ୍ତର୍ଗତ ସିଲେଟ୍ ପଂଚାୟତ ଅଧିନସ୍ଥ ବିଲାମାଲ, କାନ୍ଦୁଲ ଗୁଡା, ମାଳତୀ ପଦର,ସିଲେଟ, ଦାଣ୍ଡ ପଦର, ଗ୍ରାମ ଗୁଡ଼ିକରେ ରହିଛି ସରକାରି ପ୍ରାଥମିକ ବିଦ୍ୟାଳୟ, ହେଲେ ସେଠାରେ ସ୍କୁଲ ଗୃହ, କ୍ଲାସ ରୁମ୍, ବ୍ଲାକ ବୋର୍ଡ ଏବଂ ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି। ହେଲେ ଗ୍ରାମବାସୀଙ୍କ କହିବା ଅନୁଯାୟୀ, କୋଉଠି ତିରିଶିରୁ ଚାଳିଶି ତ କୋଉଠି ଚାଳିଶିରୁ ପଚାଶ ଜଣ ଛାତ୍ରଛାତ୍ରୀ ଅଛନ୍ତି। ହେଲେ ସ୍କୁଲକୁ ଶିକ୍ଷକ ମାସକୁ ଥରେ ଦୁଇ ଥର ତ କୋଉଠି ସଂପୂର୍ଣ୍ଣ ଭାବରେ ଆସୁନଥିବା ଗ୍ରାମବାସି ମାନେ ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ କହିବାନୁଯାୟୀ, ଶିକ୍ଷ୍ୟା ବ୍ୟବସ୍ଥା ସଂପୂର୍ଣ୍ଣ ଠପ ହୋଇଯାଇଛି, ଏବଂ କୋଉଠି ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ମାନେ ଘରେ ରହି ଖେଳକୁଦ କରୁଛନ୍ତି ତ କୋଉଠି ମଧ୍ୟାହ୍ନ ଭୋଜନ ସଂପୂର୍ଣ୍ଣ ବନ୍ଦ ରହିଥିବା କହିଛନ୍ତି, ଏଠାରେ ପ୍ରଶ୍ନବାଚି ଉଠୁଛି, ବଡ଼ ବଡ଼ ଶିକ୍ଷ୍ୟା ଦାୟିତ୍ଵରେ ଥିବା ଡିଇଓ, ବିଇଓ, ସିଆରସି ଭଳି ଶିକ୍ଷ୍ୟା ଅଧିକାରି ବାବୁମାନେ କଣ କରୁଛନ୍ତି, ଦୃଷ୍ଟି କେମିତି ପଡୁନାହିଁ, କି ଜାଣିଶୁଣି ନ ଜାଣିଲା ପରି ଅଭିନୟ କରୁଛନ୍ତି, ଗ୍ରାମବାସୀଙ୍କ କହିବା ଅନୁଯାୟୀ, କେବେ କେମିତି ମାସକୁ ଥରେ ଦୁଇ ଥର ଆସି କାମ ସାରି ଗଣେଶ ପୂଜା ହେଉ କି ଫ୍ଲାଗ ଉତୋଳନ କରିବା ପାଇଁ ମାତ୍ର ଆସନ୍ତି ନ ହେଲେ ଟୋଟାଲ ଆସନ୍ତି ନାହିଁ। ଏମିତି ଚାଲିଛି ଶିକ୍ଷ୍ୟା ବ୍ୟବସ୍ଥା, ପିଲା ପଢ଼ିଲେ କେତେ କି ନ ପଢ଼ିଲେ କେତେ ଶିକ୍ଷକ ମାସକୁ ଦରମା ପାଇଲେ ହେଲା, ଏମିତି ଚାଲିଛି ଶିକ୍ଷ୍ୟା ବ୍ୟବସ୍ଥା। ଖବର ପ୍ରସାରଣ ପରେ ଆଖି ଖୋଲିବ କି ବନ୍ଦ ରହିବ ତାହା ସାଧାରଣରେ ଦେଖିବାକୁ ବାକି ରହିଲା।