ଗଞ୍ଜାମ, ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଲିମ୍ପିଂ (ଚର୍ମବିଣ୍ଡି) ଭାଇରସ୍ ଦୃତ ଓ ଭୟଙ୍କର ଭତିରେ ବ୍ୟାପୀ ଥିବାରୁ ଗୋ-ସମ୍ପଦ ବିପଦରେ ପଡିଛି । ବିଶେଷ କରି ସାନଖେମୁଣ୍ଡି ବ୍ଲକରେ ସ୍ଥିତି ଚିନ୍ତାଜନକ ରହିଛି । ଖଲିଙ୍ଗୀ, ବାସୁଦେବପୁର ଓ ଏରେଣ୍ଡ୍ରା ଗ୍ରାମରେ ମୋଟ୍ ୫ଟି ଗାଈଗୋରୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏତଦ୍ ବ୍ୟତୀତ ବହୁ ସଂଖ୍ୟାରେ ଗାଇଗୋରୁ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପାଟପୁର, ଏରେଣ୍ଡ୍ରା, ଖଲିଙ୍ଗୀ, ସାହାସପୁର, ଶିଙ୍ଗିପୁର, କଙ୍କୋରଡ଼ା, କଉଡ଼ିଆ, ବେଙ୍ଗାଡ଼ି, ଆମ୍ବଗାଁ, ମଉଳାଭଞ୍ଜା ଓ ଏସ. ଗୋପାଳପୁର ସମେତ ୧୫ଟି ପଚାଂୟତର ଶତାଧିକ ଗ୍ରାମକୁ ଏହି ରୋଗ ବ୍ୟାପୀଛି । ଫଳରେ ଚାଷୀ ଏବଂ ଗୋପାଳକ ମାନଙ୍କର ଚିନ୍ତା ବଢିବାରେ ଲାଗିଛି । ଅନ୍ୟପକ୍ଷରେ ପ୍ରାଣୀ ଚିକିତ୍ସା ବିଭାଗ ସ୍ଥିତି ଉପରେ ନଜର ରଖିଛି ।
Related Stories
November 23, 2024