
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ବାଙ୍କୀ ,କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ପଥୁରୀପଡା ସ୍ଥିତ ମା ମହାବେରେଣାଙ୍କ ପୀଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ଦୁଗ୍ଧ ସମବାୟ ସମିତିର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି |ଏହି ଉତ୍ସବରେ ବରପୁଟ ପଞ୍ଚାୟତ ଅନ୍ତର୍ଗତ ପଥୁରୀପଡା, ପାଥପୁର, ପଶାଣିଆ ଏବଂ ବରପୁଟର ଗୁଗ୍ଧ ଚାଷୀ ମାନେ ଉପସ୍ଥିତ ଥିଲେ |ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବାଙ୍କୀ ବ୍ଲକ ଓମଫେଡ ଡାଇରେକ୍ଟର ବିକଳାନନ୍ଦ ଗୋଚ୍ଛି,ବାଙ୍କୀ ୟୁନିଟ ଇନଚାର୍ଜ ଜଗମୋହନ ମହାନ୍ତି, ବାଙ୍କୀ ୟୁନିଟ ସୁପରଭାଇଜର ପ୍ରଦ୍ୟୁମ୍ନ ସାହୁ,ex ଡିରେକଟର ରଜନୀକାନ୍ତ ବେହେରା, ଓମଫେଡ ସେକ୍ରେଟାରୀ ଢସର ସଞ୍ଜୟ ବେହେରା, ଓମଫେଡ ସେକ୍ରେଟାରୀ ବାଙ୍କୀ ଏବଂ ଡ଼ଙ୍ଗୀପିଟା ପ୍ରତାପ ବାବୁ, ସେକ୍ରେଟାରୀ ବ୍ରାହ୍ମପୁରା ନବୀନ ରଣା, ସେକ୍ରେଟାରୀ ରାମଚନ୍ଦ୍ର ପୁର ପ୍ରଫୁଲ୍ଲ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବରପୁଟ ପଞ୍ଚାୟତର ଦୁଗ୍ଧ ଚାଷୀ ଦାଶରଥୀ ବେହେରା, ଭରତ ଦେଉରି, ନକୁଳ ରାଉତ, ସୁଜିତ ନାୟକ, କୁନି ସ୍ୱାଇଁ, ଲକ୍ଷ୍ମୀ ଧର ବିଶ୍ୱାଳ, ହୃଷିକେଶ ବେହେରା, କୃଷ୍ଣ ଚନ୍ଦ୍ର ନାୟକ, କାଳିଆ ବେହେରା ଏବଂ ମହେଶ୍ୱର ବେହେରାଙ୍କୁ ପୁରସ୍କୃତ ପ୍ରଦାନ ପୂର୍ବକ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ |