
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଶ୍ରୀଜଗନ୍ନାଥ ସଂସ୍କୃତି ର ବିକାଶ, ଯାତ୍ରୀ ପରିଚର୍ଯ୍ୟା ଓ ରୁଚିକର ଭଜନ ମାଧ୍ୟମରେ ଭାରତବର୍ଷ ରେ ଆଧ୍ୟାତ୍ମିକ ଜାଗରଣ ପାଇଁ କେଦାରନାଥ ଗୁରୁ ସଦା ସ୍ମରଣ ରହିବେ ବୋଲି କହିଛନ୍ତି ଅତିଥିମାନେ। ଗୁରୁ ଇଷ୍ଟେଟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମାଜ ସଂସ୍କାରକ,ଅଭିନେତା, ବିଶିଷ୍ଟ ସେବାୟତ କେଦାରନାଥ ଗୁରୁଙ୍କ ୩୬ତମ ଶ୍ରାଦ୍ଧ ଉତ୍ସବ ଅବସରରେ ଅତିଥିମାନେ ଯୋଗ ଦେଇ ଜାଗା ଆଖଡାର ସୁରକ୍ଷା, ଓଡ଼ିଶୀ ଛାନ୍ଦ ଚମ୍ପୁ ର ବିକାଶ,ନାଟକ ର ବିକାଶ,ବିଶ୍ଵର ସର୍ବବୃହତ ଭଜନ ମଞ୍ଚ ‘ଶ୍ରୀକ୍ଷେତ୍ର କଳା ପ୍ରକାଶିକା’ ଗଠନ ସହ ଜଗନ୍ନାଥ ଭକ୍ତଙ୍କୁ ସେବା ସହଚର୍ଯ୍ୟ ରେ ସହଯୋଗ ଦେଇ , ସ୍ବର୍ଗତ ଗୁରୁ ଭାରତ ବର୍ଷରେ ଯେଉଁ ଆଧ୍ୟାତ୍ମିକ ଜାଗରଣ ଆରମ୍ଭ କରିଥିଲେ,ତାହା ଅବର୍ଣ୍ଣନୀୟ। ଡଃ କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଗୀତିକାର ତଥା କଥାକାର ବଦ୍ରି ମିଶ୍ର, ଗୀତିକାର ଗଣେଶ୍ଵର ମହାପାତ୍ର, ଆର୍ତ୍ତତ୍ରାଣ ଶତପଥୀ, ଚକ୍ରଧର ମହାପାତ୍ର, ରବିନାରାୟଣ ଗୁରୁ, ବୀରେନ୍ଦ୍ର ଗୋଛିକାର, ଉଦୟନାଥ ପଢିଆରୀ, ପ୍ୟାରିମୋହନ ଦାଶ, ବିଜୟ ପଣ୍ଡା, ରାମଚନ୍ଦ୍ର ଦାସମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସଂସ୍କୃତି ସଂଗଠକ ଜଗଦୀଶ ଜେନାଙ୍କ ପରିଚାଳନାରେ ସୋମନାଥ ଗୁରୁ,ପ୍ରେମନାଥ ଗୁରୁ, ସତ୍ୟନାରାୟଣ ଗୁରୁ,ହରିହର ଗୁରୁ, ଶ୍ୟାମ ପ୍ରକାଶ ସେନାପତିଙ୍କ ସହଯୋଗ ରେ ଅନୁଷ୍ଠିତ ସଂଗୀତ ଶ୍ରଦ୍ଧାଞ୍ଜଳି ଏହି ଉତ୍ସବରେ.ଅଶୋକ ମହାନ୍ତି, ଭାଗିରଥି ପ୍ରତିହାରୀ, ଗୌରାଙ୍ଗ ଖୁଣ୍ଟିଆ,ଅନୀଲ ଦାସ,ଦିବ୍ୟାଂଶୀ ମହାପାତ୍ର ଓ ଅଚ୍ୟୁତ ମହାରଣା ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ।