କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପୁରୀ ଜିଲ୍ଲାପାଳଙ୍କୁ କୁମ୍ଭାରପଡା ଆଞ୍ଚଳିକ ମହିଳା ମହାସଂଘ ୱାର୍ଡ ନଂ ୨୨ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘ ଦର୍ଶାଇଛି ଯେ-
ମା’ ଆଲାମଚଣ୍ଡୀ ଙ୍କ ମନ୍ଦିର ସମ୍ମୁଖରେ ଥିବା ପଥର-ପୋଖରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରୀତିନୀତି ସହିତ ଓତପ୍ରୋତ ଭାବେ ଜଡ଼ିତ। ନବକଳେବର ସମୟରେ ଦାରୁ ଶ୍ରୀକ୍ଷେତ୍ରରେ ପହଞ୍ଚିବାରେ ଦଇତାପତି ମାନେ ରହଣି ସମୟରେ ଉକ୍ତ ପୁଷ୍କରିଣୀ ବ୍ୟବହାର କରନ୍ତି ଓ ସ୍ଥାନୀୟ ଅଧିବାସୀ ମଧ୍ୟ ଏହାଦ୍ୱାରା ବିଭିନ୍ନ ଭାବେ ଉପକୃତ ହେଉ ଅଛନ୍ତି କିନ୍ତୁ ବର୍ତ୍ତମାନ ଜରାଜୀର୍ଣ୍ଣ ଓ ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ଏହାର ପୁନରୁଦ୍ଧାର ( ପୋଖରୀ ପାର୍ଶ୍ୱରେ ରେ ଥିବା ରାସ୍ତା ମରାମତି, ଆଲୋକି କରଣ ବ୍ୟବସ୍ଥା ,ପୋଖରୀ ଫଳକ) ଓ ଉନ୍ନତି କରଣ ଜରୁରୀ ହୋଇ ପଡିଛି | ଏହି ଦାବି ନେଇ କୁମ୍ଭାରପଡା ଆଞ୍ଚଳିକ ମହିଳା ମହାସଂଘ ୱାର୍ଡ ନଂ ୨୨ ଜିଲ୍ଲାପାଳ ଙ୍କୁ ଭେଟି ଦାବି ଜଣେଇଛନ୍ତି।
ଦାବିପତ୍ର ଦେବା ସମୟରେ ମହାସଂଘର ମାମିନା ସିହ୍ନା ,ଜ୍ୟୋସ୍ନା ମହାନ୍ତି, ସଂଯୁକ୍ତା ସ୍ୱାଇଁ, ଭାନୁମତୀ ସ୍ୱାଇଁ, ପୂର୍ଣ୍ଣିମା ସାହୁ, ସୁଲତାନ ବିବି, ସୁଭଲଷ୍ମୀ ରାଏ, ସୀତା ଜେନା, ଡଲି ପଣ୍ଡା, ସରୋଜିନୀ ବେୱା, ଲଷ୍ମୀପ୍ରିୟ ଦଳେଇ, ଶାନ୍ତି ବେହେରା, ଶର୍ମିଳା ଦଳେଇ, ମଞ୍ଜୁ ଜେନା, ବାସନ୍ତୀ ମାଲିକ ,ଅନୁପମା ଜେନା, ବବିତା ମହାପାତ୍ର, ପୂର୍ଣ୍ଣିମା ମହାରଣା, ପ୍ରମିଳା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ।