କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପୁରୀ ସମୁଦ୍ରକୂଳରେ ଏକ ଝିଅର ମୃତ ଦେହ ମିଳିବା ଘଟଣା କୁ ପୁରୀ ପୋଲିସ ବହୁତ୍ ଗମ୍ଭୀରତା ର ସହ ନେଇଛି। ତାର ପୋଷ୍ଟ ମୋଟମ ଏକ ଡ଼ାକ୍ତର ଟିମ ଦ୍ବରା କରାଯାଇଅଛି।ହସ୍ପିଟାଲ ର ସୂତ୍ର ଅନୁସାରେ ପୋଲିସ ପୋଷ୍ଟ ମୋଟମ ରିପୋର୍ଟ ପାଇ ସାରିଛି। ପୋଷ୍ଟ ମୋଟମ ଅନୁସାରେ ମୃତ୍ୟୁ ର କାରଣ ଏଣ୍ଟି ମୋରଟମ ଡ୍ରାଉଇଁ ଅଛି। ସେପଟେ ଛତିଶଗଡ ରୁ ତାଙ୍କର ପରିବାର ପୁରୀ ପହଁଚିଲା ପରେ ବରିଷ୍ଠ ପୋଲିସ ଅଧିକାରୀ ତାଙ୍କ ନିକଟକୁ ଯାଇ ତାଙ୍କ ସହିତ ଆଲୋଚନା କରିଛନ୍ତି।ସେପଟେ ପୋଲିସ ତରଫରୁ ହୋଟେଲର ସିସିଟିଭି ଫୁଟେଜ ର ଛାନ ଭିନ କରୁଛନ୍ତି। ବିଶେଷ ସୂତ୍ର ଅନୁସାରେ କିଛି ପ୍ରତ୍ୟକ୍ଷ ଦର୍ଶୀ ଙ୍କ ଅନୁସାରେ ସେଇ ଝିଅଟି ସମୁଦ୍ର କୂଳରେ ଏକୁଟିଆ ବୁଲୁଥିବାର ଦେଖିଛନ୍ତି।
ସୂଚନା ଅନୁସାରେ ପ୍ରତ୍ୟକ୍ଷ ଦର୍ଶି ଙ୍କ ବୟାନ ପୋଲିସ ରେକର୍ଡ କରିଛି।
ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ତଥ୍ୟ କୁ ପୋଲିସ ଗମ୍ଭୀରତା ର ସହ ନେଇ ଜଣେ ବରିଷ୍ଠ ମହିଳା ଅଧିକାରୀ ଙ୍କୁ ଯାଞ୍ଚ ର ଦାୟିତ୍ଵ ଦେଇଛନ୍ତି।
ସୂଚନା ଅନୁସାରେ ପରିବାର ତରଫ ରୁ ପୋଲିସ କୁ କୌଣସି ଲିଖିତ ଅଭିଯୋଗ ଏ ପର୍ଯ୍ୟନ୍ତ ଦିଆଯାଇନହିଁ।
କାର୍ଯ୍ୟରତ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ପୁରୀ SP ନିରନ୍ତର ମଧ୍ୟପ୍ରଦେଶର ଶାଗର SP ଙ୍କ ସମ୍ପ୍ରକରେ ଅଛନ୍ତି।