ପୁରୀ ,ଭିନ୍ନକ୍ଷମ ମାନେ ସମାଜର ଅଭିନ୍ନ ଅଙ୍ଗ ତଥା ସାଧାରଣ ଲୋକଙ୍କ ପରି ସେମାନଙ୍କର ବଞ୍ଚିବାର ଅଧିକାର ଅଛି l ଏହି ଲକ୍ଷ୍ୟ ନେଇ ଆଜି ଉର୍ଜାବାନ ଓଡିଶା ପରିବାର ପକ୍ଷରୁ ବିଚିତ୍ରା ନନ୍ଦ ଦୃଷ୍ଟିହୀନ ବିଦ୍ୟାଳୟ, ଗୋପ ଅନୁଷ୍ଠାନର.14 ଜଣ ଦୃଷ୍ଟିହୀନ ଓ 26 ମୁକ ଓ ବଧିର ପିଲା ମାନଙ୍କୁ ପୁରୀର ଜଗନ୍ନାଥ ମନ୍ଦିର, ନୀଳାଦ୍ରି ବିଚ, ମାତା ମଠ, ପାର୍କ ଦର୍ଶନୀୟ ସ୍ଥାନ ଗୁଡିକ ପରିଦର୍ଶନ କରାଯାଇଛି l ଏହି ଅବସରରେ ସଂଗଠନର ସଦସ୍ୟ ଓ ସଦସ୍ୟା ମାନେ ପିଲାଙ୍କ ସହ ଭୋଜନ କରିବା ସହ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ଅନ୍ଵେଷଣ କରିଥିଲେ ଏବଂ ସମସ୍ତଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ଅବସରରେ ସଂଗଠନର ସଭାପତି ସନ୍ତୋଷ ସେନାପତି, ସଂପାଦିକା ନିହାରିକା ତ୍ରିପାଠୀ,ପ୍ରଭାସ ରଥ, ଗିରିଜା ଶଙ୍କର ଦାଶ, ମନୋରଞ୍ଜନ ରଥ, ସୀତାରାମ ସେନାପତି, ରଙ୍ଗଲତା ପଟ୍ଟନାୟକ, ସସ୍ମିତା ଜେନା, ଝାନ୍ସୀ ରାଣୀ ମିଶ୍ର, ଜିତେନ୍ଦ୍ର ପାତ୍ର, ମନୋଜ ପାତ୍ର, ଜିତେନ୍ଦ୍ର ସେନାପତି, ଗଜେନ୍ଦ୍ର ସେନାପତି, ଦିଲୀପ ଚି଼ନେରା, ମନୋଜ ନାୟକ, ଆଦର୍ଶ ମିଶ୍ର,ଜଗନ୍ନାଥ ପଣ୍ଡା,ହରପ୍ରସାଦ ନନ୍ଦ, ବିଭୁ ପ୍ରସାଦ ନନ୍ଦ, ନେତାଜୀ ତାପସ କୁମାର, ବିଶ୍ୱଜିତ ଦାଶ, ସନ୍ତୋଷ ମୁଖି,ଜିତେନ୍ଦ୍ର ମହାରଣା, ଆଶୁତୋଷ ମିଶ୍ର, ଉପସ୍ଥିତ ଥିଲେ l
Related Stories
November 24, 2024