
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ବାମଦେବ ସାର ଫାଉଣ୍ଡେସନ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । କଟକର ମଡ଼ର୍ଣ୍ଣ ଆଇ କେୟାର ଓ ସୁପର ସ୍ପେସିଆଲିଷ୍ଟ କ୍ଲିନିକର ମିଳିତ ଆୟୋଜନରେ ଦିନ ଦଶଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଦିନ ତିନିଟା ପର୍ଯ୍ୟନ୍ତ ଚାଲିଥିଲା ।ପୁରୀର ସଦର କଣ୍ଠପୁରରେ ଆୟୋଜିତ ଏହି ଶିବିରରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଲୋକ ନିଜର ଚକ୍ଷୁ ପରୀକ୍ଷା କରାଇଥିବା ଦେଖିବାକୁ ମିଳିଥିଲା ।ସେଥିମଧ୍ୟରୁ ୧୪ ଜଣଙ୍କୁ ଜଟିଳ ଚକ୍ଷୁ ସମସ୍ୟା ଚିହ୍ନଟ କରାଯାଇ ମାଗଣା ଅସ୍ତ୍ରୋପଚାର ନିମନ୍ତେ କଟକ ନିଆଯାଇଥିବା ଜଣାପଡିଛି ।ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଖୁବ ପ୍ରଶଂସା କରିଥିବା ଜଣାପଡିଛି ।ପୁରୀର ଯୁବନେତା ବୁଲୁ ପ୍ରଧାନ,ସାଗର ନାୟକ,ବାମଦେବ ସାର ଫାଉଣ୍ଡେସନର ନୀଳକଣ୍ଠ ସାହୁ , ଅଶୋକ ବେହେରା, ଜୀବନ ପୃଷ୍ଟି,ପବିତ୍ର,ସୁଧାକର,ସୁରେଶ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମାପନ କରିଥିବା ଦେଖିବାକୁ ମିଳିଥିଲା ।