କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,“ଓଡିଶା ଲେଖିକା ସଂସଦ “ପୁରୀଜିଲ୍ଲା ଶାଖାର ବାର୍ଷିକ ସାରସ୍ୱତ ଉତ୍ସବ ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି |ପୁରୀଜିଲ୍ଲା ଶାଖାର ଅବାହିକା ସୁଭାଶିନି ଧଳ ଏଥିରେ ଅଧ୍ୟକ୍ଷତା କରିଥିଲେ |କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖିକା ତଥା ସଂସଦର ରାଜ୍ୟ ସମ୍ପାଦିକା ଡ଼ ଶଂକୁନ୍ତଳା ବଳିୟାରସିଂହ ଉତ୍ସବକୁ ଉଦଘାଟନ କରି ସୁଦୃଢ ଓ ନିର୍ଭିକ ଲେଖନୀ ଚାଳନା କରିବା ପାଇଁ ସୁ ପରାମର୍ଶ ଦେଇଥିଲେ |କାର୍ଯ୍ୟକ୍ରମ ରେ ଶ୍ରୀଜଗନ୍ନାଥ ସଂକୃତ ବିଶ୍ୱବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଫେସର ଡ଼ ଅଦ୍ୱୈତ ଚରଣ ଧଳ ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ବରିଷ୍ଠ ଅଦ୍ୱୈତବେଦାନ୍ତ ପ୍ରଫେସର ଡ଼ ପ୍ରଭାତ ରଞ୍ଜନ ମହାପାତ୍ର ସଂମ୍ମାନିତ ବକ୍ତା ଏବଂ ନାରୀସେବା ସଙ୍ଘର ସଭାପତି ଡ଼ କୃଷ୍ଣ ପ୍ରିୟା ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଲେଖିକା ମାନଙ୍କର ବିଭିନ୍ନ ସମସ୍ୟା ଓ ସାରସ୍ୱତ ସାଧନା କିପରି ଉଜ୍ଜୀବିତ ହେବ ସେ ସମ୍ପର୍କରେ ମତ ରଖିଥିଲେ |କବି କ୍ରିଷ୍ଣା ମହାପାତ୍ର ସ୍ୱାଗତ ଭାଷଣ ଏବଂ ସୁଶ୍ରୀ ହରପ୍ରିୟା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ |ଏହି ଅବସରରେ ଅନୁଷ୍ଠାନର ମୁଖପାତ୍ର “ଦେବୀପ୍ରଭା “ଲୋକାର୍ପିତ ହେବା ସହ ସାହିତ୍ୟିକା ଗୋଲାପ ମଞ୍ଜରୀ କର, ରତ୍ନାପ୍ରଭା ବାଇ, ବୀଣାପାଣି ସାହୁ, ଜୟଶ୍ରୀ ପଟ୍ଟନାୟକ,ସୌଦାମିନୀ ସାମଲ, ପ୍ରମୋଦା ଦେବୀ, ପୌର୍ଣ୍ଣମାସି ଦେବୀ, ପ୍ରତିଭା ତ୍ରିପାଠୀ, ମଞ୍ଜୁଶ୍ରୀ ମିଶ୍ର, ବିଜୟ ଲକ୍ଷ୍ମୀ ଦାଶ ପ୍ରମୁଖଙ୍କୁ ମାନପତ୍ର, ଉତ୍ତରୀୟ, ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା |ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଶ୍ୟାମପ୍ରକାଶ ସେନାପତି ସଂଚାଳନ କରିଥିଲେ |ଶେଷରେ ଅର୍ନ୍ନପୂର୍ଣ୍ଣା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ |ଦ୍ଵିତୀୟ ଅଧିବେଶନରେ ଏକ ମନୋଜ୍ଞ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇ ବହୁ କବି କବିତା ପାଠ କରିଥିଲେ |କାର୍ଯ୍ୟକ୍ରମ ପରିଚାଳନାରେ ମନୋରମା ପାତ୍ର,ଆଶାଲତା ପ୍ରଧାନ, ପ୍ରବାଶିନୀ ମିଶ୍ର, ତୃପ୍ତି ପଣ୍ଡା, ସର୍ବାଣି ଦାସ, ମନୋରମା ଆଚାର୍ଯ୍ୟ, ମୀରା ମହାନ୍ତି, କାଞ୍ଚନ ବାଳା ଦଳେଇ, ସ୍ଵର୍ଣ୍ଣଲତା ତ୍ରିପାଠୀ, ଜ୍ୟୋସ୍ନାରାଣୀ ମହାନ୍ତି, ବାସନ୍ତୀ ଦେବୀ, ସରୋଜିନୀ ସାହୁ…ପ୍ରମୁଖ ସହଯୋଗ କରିଥିଲେ |
Related Stories
November 24, 2024
November 24, 2024