-
ଏନ୍ ସି ସି ଅଧିକାରୀ ସମ୍ବର୍ଦ୍ଧିତ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପୂର୍ବାହ୍ନରେ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି) ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରଫେସର ଡ଼ଃ ସୁଜାତା ମିଶ୍ର ଏନ୍ ସି ସି ପତାକା ଉତ୍ତୋଳନ କରି କ୍ୟାଡ଼େଟ୍ ଙ୍କ ଦ୍ଵାରା ପ୍ୟାରେଡ ର ଅଭିବାଦନ ଗ୍ରହଣ କରି ସମାଜସେବା ସହିତ ଦେଶ ସେବା ପାଇଁ ଏବେଠାରୁ କ୍ୟାଡ଼େଟ୍ ମାନଙ୍କୁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ବିଗତ ଦିନ ମାନଙ୍କରେ ଏନ୍ ସି ସି କ୍ୟାଡ଼େଟ୍ ମାନଙ୍କ ଦ୍ଵାରା କରାଯାଇଥିବା ବିଭିନ୍ନ ସାମାଜ ସେବା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହିତ ଭାରତ ସରକାରଙ୍କର ନିର୍ଦେଶରେ ଏନ୍ ସି ସି ମହା ନିର୍ଦ୍ଦେଶାଳୟ ନୂଆଦିଲ୍ଲୀ ଙ୍କ “ପୁନିତ ସାଗର ଅଭିଯାନ” କାର୍ଯ୍ୟକ୍ରମରେ ଏହି ମହାବିଦ୍ୟାଳୟର କ୍ୟାଡ଼େଟ୍ ମାନଙ୍କ ଦ୍ଵାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସଡକ ସୁରକ୍ଷା, ନିଶାମୁକ୍ତି ଅଭିଯାନ, ବଡଦାଣ୍ଡ ସଫେଇ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ଏହି ମହାବିଦ୍ୟାଳୟ କ୍ୟାଡ଼େଟ୍ ମାନେ ଭାଗନେଇ ସଫଳତାର ସହ ଆଗେଇ ନେଇଥିବା ସମ୍ପର୍କରେ ମହାବିଦ୍ୟାଳୟ ର ଏନ୍ ସି ସି ଅଧିକାରୀ ଲେଫ୍ଟନାଣ୍ଟ ଡ଼ଃ ସଞ୍ଜୟ କୁମାର ସୁନ୍ଦରାୟ ଆଲୋକପାତ କରିଥିଲେ । ଭାରତ ସରକାର ଙ୍କ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ସମାଜିକ କାର୍ଯ୍ୟକ୍ରମ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମ କୁ ଏନ୍ ସି ସି କ୍ୟାଡ଼େଟ୍ ଭାଗନେଇ ପ୍ରଶାସନ ଠାରୁ ସମ୍ବର୍ଦ୍ଧନା ପାଇଥିବାରୁ ଅଧ୍ୟକ୍ଷା ପ୍ରଫେସର ଡ଼ଃ ମିଶ୍ର କ୍ୟାଡ଼େଟ୍ ମାନଙ୍କ କାର୍ଯ୍ୟ କୁ ପ୍ରସଂଶା କରିବା ସହ ଧନ୍ୟବାଦ ଦେଇଥିଲେ l
ଏହି କାର୍ଯ୍ୟକ୍ରମରେ ନିକଟରେ ଭାରତୀୟ ସେନା ଦ୍ୱାରା ପରିଚାଳିତ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ, ନାଗପୁର, ମହାରାଷ୍ଟ୍ର ରୁ ସେନାର ତିନି ମାସର ଅତି କଠିନ ପ୍ରଶିକ୍ଷଣ ନେଇ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଫେରି ଭାରତୀୟ ସେନା ଦ୍ୱାରା ଦିଆଯାଇଥିବା ଲେଫ୍ଟନାଣ୍ଟ ଉପାଧି କୁ ବଜାୟ ରଖିଥିବାରୁ ମହାବିଦ୍ୟାଳୟ ର ଏନ୍ ସି ସି ଅଧିକାରୀ ଲେଫ୍ଟନାଣ୍ଟ ଡ଼ଃ ସୁନ୍ଦରାୟଙ୍କୁ ମହାବିଦ୍ୟଳୟ ତରଫରୁ ଅଧ୍ୟକ୍ଷା ପ୍ରଫେସର ଡ଼ଃ ମିଶ୍ର ସମ୍ବର୍ଦ୍ଧିତ କରିଥିଲେ। ସେନା ର ଏହି ପ୍ରଶିକ୍ଷଣ ଅନୁଷ୍ଠାନରେ ଶାରୀରିକ ଦକ୍ଷତା, ହତିଆର (ବନ୍ଧୁକ) ପ୍ରଶିକ୍ଷଣ, ସେନାର ମାନଚିତ୍ର ପଠନ ପ୍ରଶିକ୍ଷଣ, ଡ୍ରିଲ୍ ଦକ୍ଷତା ପରୀକ୍ଷା, ଲିଖିତ ପରୀକ୍ଷା ସହିତ ଅନ୍ୟ ପ୍ରତିଯୋଗିତାର ମାଧ୍ୟମରେ ତାଙ୍କୁ ଦିଆଯାଇଥିବା ଏହି କଠିନ ପ୍ରଶିକ୍ଷଣ ବିଷୟ ରେ ଲେଫ୍ଟନାଣ୍ଟ ଡ଼ଃ ସୁନ୍ଦରାୟ ସମ୍ୟକ୍ ସୂଚନା ଦେଇଥିଲେ।
ଅଧ୍ୟକ୍ଷା ପ୍ରଫେସର ଡ଼ଃ ମିଶ୍ର ମହାବିଦ୍ୟାଳୟ ର କ୍ୟାଡେଟ ମାନଙ୍କ ର ତଥା ଏନ୍ ସି ସି ଅଧିକାରୀଙ୍କ ର ଏହିପରି ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏଥି ପାଇଁ ମହାବିଦ୍ୟାଳୟ ଗର୍ବିତ ହେବା ସହ ଆଗାମି ଦିନରେ ଏହାକୁ ବଜାୟ ରଖିବାକୁ ଉପସ୍ଥିତି କ୍ୟାଡ଼େଟ୍ ମାନଙ୍କୁ ପରାମର୍ଶ ଦେଇଥିଲେ l
ଗତ ବର୍ଷ ଓଡିଶା ର ପ୍ରଥମ କଲେଜ ଓ ଅଭିଭକ୍ତ ପୁରୀ ଜିଲ୍ଲାର ଏକମାତ୍ର କଲେଜ ଭାବେ ଏହି କଲେଜ ଡିଗ୍ରୀ ପାଠ ରେ ଏନ୍ ସି ସି କୁ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ସରକାର ଙ୍କ ପାଖରେ ଦାବୀ ଉପସ୍ଥାପନ କରି ପାଠ୍ୟକ୍ରମ ର ସମସ୍ତ ଖସଡା ପ୍ରସ୍ତୁତ କରି ରାଜ୍ୟ ସରକାର ଙ୍କୁ ପ୍ରଦାନ କରି ଏହାକୁ ଏହି କଲେଜ ରେ ଖୋଲିବା ପାଇଁ ଆବେଦନ କରିଥିଲା। ବିଳମ୍ବରେ ହେଉ ପଛେ ରାଜ୍ଯ ସରକାର ଏହାକୁ ଗ୍ରହଣ କରି ଓଡିଶାର ସମସ୍ତ କଲେଜ ରେ ଏହାକୁ ଲାଗୁ କରି ଆସନ୍ତା ଶିକ୍ଷା ବର୍ଷ ଠାରୁ ଏନ୍ ସି ସି କୁ ଡିଗ୍ରୀ ପାଠ ପଢ଼ାରେ ଅନ୍ତର୍ଭୁକ୍ତ କରିବାକୁ ଯାଉଥିବାରୁ ଅଧ୍ଯକ୍ଷା ଖୁସି ବ୍ୟକ୍ତ କରି ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଜଣାଇ ଥିଲେ।
ଶେଷରେ କ୍ୟାଡେଟ ମାନଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା ଓ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏଥିରେ କ୍ୟାଡ଼େଟ୍ ସୂର୍ଯ୍ୟକାନ୍ତ ପ୍ୟାରେଡ ର ନେତୃତ୍ୱ ନେଇଥିବା ବେଳେ କ୍ୟାଡ଼େଟ୍ କର୍ମଦା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ଏନ୍ ସି ସି କ୍ୟାଡେଟ ସମେତ ଅନେକ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଯୋଗଦେଇଥିଲେ ।