ଗଞ୍ଜାମ, ବ୍ରହ୍ମପୁର ଏମକେସିଜି ମେଡିକାଲ ବର୍ହି ବିଭାଗ (ଓପିଡି)ର ପ୍ରତି ବିଭାଗରେ ବାର ଅନୁଯାୟୀ ପ୍ରଫେସର, ଏସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଡ ପ୍ରଫେସର, ଏସ.ଆର, ପି.ଜି. ଡାକ୍ତର ମାନଙ୍କର ଡ଼ିଉଟି ରହୁଛି । ସେମାନେ ସମ୍ପୂର୍ଣ୍ଣ ସମୟ ଉପସ୍ଥିତ ରହି ରୋଗୀମାନଙ୍କ ସେବା ଦେଲେ ବହୁ ଦୂର ଦୁରାନ୍ତରୁ ଆସୁଥିବା ରୋଗୀ ମାନେ ଉପଯୁକ୍ତ ଚିକିତ୍ସା ସେବା ପାଇପାରନ୍ତେ, କିନ୍ତୁ ଏହାର ଅଭାବ ପରିଲକ୍ଷିତ ହେଉଛି । ଏପରିକି କେତେକ ବିଭାଗରେ ପୂର୍ବାହ୍ନ ୯ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରୋଗୀ ଅପେକ୍ଷା କଲେ ମଧ୍ୟ ଅନେକ ସମୟରେ ଚିକିତ୍ସାରୁ ବଂଚିତ ହେଉଛନ୍ତି । ବିଭାଗୀୟ ମନ୍ତ୍ରୀ ଏ ଦିଗରେ ଦୃଷ୍ଟିଦେବା ସହ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
Related Stories
November 23, 2024