ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟ ସମର ଶିକ୍ଷାର୍ଥୀ ବାହିନୀ ପଦାତିକ ତରଫରୁ ଏନସିସି ଦିବସ ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶୁଭେନ୍ଦୁ ପାତ୍ର ଉପଖଣ୍ଡୀୟ ପୋଲିସ ଅଧିକାରୀ ଯୋଗଦାନ ପୂର୍ବକ ଏନସିସି ପତାକା ଉତ୍ତୋଳନ କରିବା ସହ ଏକ ଏନସିସି ସାଇନବୋର୍ଡ ର ଉନ୍ମୋଚନ କରିଥିଲେ। ଉକ୍ତ ସଭାରେ ସ୍ଵତନ୍ତ୍ର ଅତିଥି ରୂପେ ରାଜ ପ୍ରାସାଦ ଅଜାଲଟ କମାଣ୍ଡର ଯୋଗଦାନ କରି ଛାତ୍ର ଛାତ୍ରୀଙ୍କୁ ପାଠ ପଢିବା ସହିତ ଏନସିସିରେ ଯୋଗଦାନ କରି ଭାରତର ଏକତା ତଥା ଅଖଣ୍ଡତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।
ପ୍ରଥମେ ସିଡିଓ ଡଃ. ରଞ୍ଜନ କୁମାର ସ୍ବାଇଁ ମଞ୍ଚ ପରିଚାଳନା କରିଥିବା ବେଳେ ଏନସିସି ଅଧିକାରୀ ଲେଫନେଣ୍ଟ ସୁଶାନ୍ତ କୁମାର ମାଝୀ ଏହି ସଭାର ଆୟୋଜକ କରିଥିଲେ। ଏହି ଅବସରରେ ପୂର୍ବରୁ ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସନ୍ମାନିତ କରାଯାଇଥିଲା। ଏନସିସିରେ ଉତ୍ତୀର୍ଣ୍ଣ ହୋଇଥିବା ବି. ସାର୍ଟିଫିକେଟ ଡିଗ୍ରୀଧାରୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ଉତ୍ସବରେ ୨ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଏହି ଅବସରରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ କରାଯାଇଥିଲା। ଭବିଷ୍ୟତରେ ଏକ ବାଳିକା ଏନସିସି ୟୁନିଟ ଖୋଲିବା ପାଇଁ ଏକ ପ୍ରସ୍ତାବ ଅନୁମୋଦିତ ହୋଇଛି, ଏହି ସଭାରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଣ ଶିକ୍ଷକ ତଥା ପୂର୍ବତନ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସଭାକୁ ଆଗେଇ ନେଇଥିଲେ। ସଭା ଶେଷରେ ଲେଫ୍ଟେନାଣ୍ଟ ସୁଶାନ୍ତ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।