ଭୁବନେଶ୍ୱର, ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ମହିଳା ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ତାଙ୍କୁ ପ୍ରଚାରରୁ ବାଦ ଦେବାକୁ ଦାବି କରିଛି ବିଜୁ ଜନତା ଦଳ । ବିଜେ଼ଡି ଦଳର ଏକ ପ୍ରତିନିଧି ଦଳ ରବିବାର ଦିନ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ଦାବି ନେଇ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଏଥିରେ କୁହାଯାଇଛି ଯେ ଗତକାଲି ପଦମପୁର ଉପନିର୍ବାଚନ ରାଲିରେ ଜୟନାରାୟଣ ମହିଳାଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ତେଣୁ ତାଙ୍କୁ ପଦମପୁର ଉପନିର୍ବାଚନରେ ପ୍ରଚାରରୁ ବାଦ୍ ଦେବାକୁ ବିଜେଡି ଦାବି କରିଛି ।