ଭୁବନେଶ୍ୱର,ପଦ୍ମପୁର ଉପ ନିର୍ବାଚନରେ ବରଗଡ- ନୂଆପଡା ରେଳ ଲାଇନ ପ୍ରସଙ୍ଗରେ କେନ୍ଦ୍ରୀୟ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସରକାରଙ୍କୁ ଚାଲେଂଜ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର ଆସନ୍ତା କାଲି ଏହି ପ୍ରସଙ୍ଗ ପାଇଁ ଜାଗା ଦିଅନ୍ତୁ. ପଅର ଦିନ ଏହି ରେଳ ଲାଇନ କାମ ଆରମ୍ଭ ହେବ ।
ପଦ୍ମପୁର ଉପନିର୍ବାଚନ ଲାଗି ପାଇକମାଳରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ପ୍ରଚାର ଲାଗି ଆସିବା ପରେ ଏକ ନିର୍ବାଚନୀ ସଭାରେ ଅଶ୍ୱିନୀ ବୈଷ୍ଣବ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଟୁକୁନି ସାହୁ ଓ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଲୋକଙ୍କୁ ମିଛ କହୁଛନ୍ତି । ରାଜ୍ୟ ସରକାର ଜାଗା ଯୋଗାଇ ଦେଉ ନଥିବାରୁ ବରଗଡ଼-ନୂଆପଡ଼ା (ଭାୟା ପଦ୍ମପୁର) ରେଳଲାଇନ୍ କାମ ଆରମ୍ଭ ହୋଇପାରୁନାହିଁ । ସେ କହିଛନ୍ତି ଯେ କାଲି ଜାଗା ଦିଅନ୍ତୁ, ପଅରଦିନ କାମ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସଂକଲ୍ପକୁ ପୁରା କରିବେ । ଓଡ଼ିଶାକୁ ୧୦ ହଜାର କୋଟି ଟଙ୍କା ରେଳବାଇ ପାଇଁ ପ୍ରଧାନମନ୍ତ୍ରୀ ଦେଇଛନ୍ତି । ଏହି ଅବସରରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ବିଜୟୀ କରାଇବାକୁ ନିବେଦନ କରିଛନ୍ତି ।ପ୍ରଦୀପଙ୍କୁ ଜିତାଇଲେ ଭୁବନେଶ୍ୱରରେ ଶୁଭିବ ଆପଣଙ୍କ ସ୍ୱର ଶୁଭିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
ପଦ୍ମପୁର ଉପନିର୍ବାଚନ ଲାଗି ପାଇକମାଳରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ପ୍ରଚାରକୁ ଓହ୍ଲାଇଛନ୍ତି । ସଭାସ୍ଥଳରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଉପସ୍ଥିତ ଅଛନ୍ତି ।
ସେ ଆହୁରି କହିଛନ୍ତି ଯେ ରାଜ୍ୟର ବିକାଶ ଦିଗରେ କାମ କରିବା ପାଇଁ କେନ୍ଦ୍ର ସରକାର ତତ୍ପର ଅଛନ୍ତି । ରାଜ୍ୟ ସରକାର ଜାଗା ଦେଲେ ଓଡ଼ିଶାର ବିକାଶ ହୋଇପାରିବ । ସେ ଆହୁରି କହିଛନ୍ତି ଯେ ପୂର୍ବରୁ ରାଜ୍ୟକୁ ରେଳ ପ୍ରକଳ୍ପ ବାବଦକୁ ୮ ଶହ କୋଟି ଆସୁଥିଲା । ହେଲେ ମୋଦି ସରକାର ରେଳ ପ୍ରକଳ୍ପ ବ୍ୟୟ ୧୦ ହଜାର କୋଟି କରିଛନ୍ତି । ପ୍ରତି ଗାଁରେ ଟାୱାର ପାଇଁ ୫ ହଜାର ୬ ଶହ କୋଟି ମଞ୍ଜୁର ହୋଇଛି । ରାଜ୍ୟ ସରକାରଙ୍କ ନୀତି ନିୟତ ଠିକ୍ ରହିଲେ ରୋଜଗାର ତିଆରି ହୋଇପାରିବ । ଏକଜୁଟ ହୋଇ କାମ କଲେ କେହି ଦାଦନ ଖଟିବାକୁ ଯିବେ ନାହିଁ ।