-
ସାମ୍ବିଧାନିକ ଅଧିକାର ପରି ନାଗରିକ ର ସାମ୍ବିଧାନିକ କର୍ତ୍ତବ୍ୟ ରହିବା ଉଚିତ୍,
-
ପୁରୀଜିଲ୍ଲା ପ୍ରଶାସନ ଏବଂ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସମ୍ବିଧାନ ଦିବସ ପାଳିତ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପ୍ରତ୍ୟେକ ଭାରତୀୟ ସମ୍ବିଧାନ କୁ ଜାଣନ୍ତୁ।କେବଳ ଅଧିକାର ନୁହେଁ,ଦେଶ ପ୍ରତି କର୍ତ୍ତଵ୍ୟନିଷ୍ଠ ହୁଅନ୍ତୁ। ଦେଶାତ୍ମବୋଧରେ ଉଦବୁଦ୍ଧ ହୁଅନ୍ତୁ। ଦେଶର ପବିତ୍ର ସମ୍ବିଧାନ ପାଇଁ ବିଶ୍ଵରେ ଶ୍ରେଷ୍ଠ ହୁଅନ୍ତୁ। ୟୁଥ୍ ହଷ୍ଟେଲ ପରିସରରେ ପୁରୀଜିଲ୍ଲା ପ୍ରଶାସନ ଏବଂ ନେହେରୁ ଯୁବ କେନ୍ଦ୍ର, ପୁରୀ ପକ୍ଷରୁ ଅନୁଷ୍ଠିତ ସମ୍ବିଧାନ ଦିବସ ପାଳନ ଅବସରରେ ଏକଥା ଆହ୍ୱାନ ଦେଇଛନ୍ତି ଅତିଥିମାନେ। କେନ୍ଦ୍ରର ସଂଯୋଜକ ଜୟଶଂକର ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ପଦ୍ମନାଭ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସମାଜସେବୀ ବଦ୍ରି ମିଶ୍ର, କୋଣାର୍କ ମହାବିଦ୍ୟାଳୟ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମିଶ୍ର, ପ୍ରଫେସର ରାକେଶ ମିଶ୍ର, ସାମ୍ବାଦିକ ଜଗନ୍ନାଥ ବସ୍ତିଆ, ଶିକ୍ଷାବିତ୍ ଦେବାଶିଷ ତ୍ରିପାଠୀ,ଅଧ୍ୟାପକ ବିଜୟ ଛାଟୋଇ ଅତିଥି ଭାବେ ଯୋଗଦେଇ ସମ୍ବିଧାନ ଦିବସ ର ମହନୀୟତା ଉପରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ସମୂହ ଶପଥ ପାଠ ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ସଞ୍ଚାଳନ କରିଥିଲେ ବିଶିଷ୍ଟ କୁଇଜ୍ ମାଷ୍ଟର ପଦ୍ମନାଭ ପଣ୍ଡା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଛଅଟି ଦଳ ଭାଗ ନେଇଥିଲେ।ଏହି କୁଇଜ୍ ରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପ୍ରଥମ,ମାଆ ଶାରଦା ଦେବୀ ସେବା ସଂଗଠନ ଦ୍ବିତୀୟ ଓ ସରକାରୀ ମହିଳା ମହାବିଦ୍ୟାଳୟ ତୃତୀୟ ପୁରସ୍କାର ପାଇଥିଲେ।ଏହି ଅବସରରେ ଶ୍ରେଷ୍ଠ କ୍ଲବ୍ ଭାବେ ପୁରୀ ଜଙ୍ଗଲୀ କ୍ଲବ୍ କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ସୁକାନ୍ତ କୁମାର ମହାନ୍ତି।