
ପୁରୀ ,ପୁରୀ ଏକ ଆନ୍ତର୍ଜାତୀୟ ସ୍ତରୀୟ ପର୍ଯ୍ୟଟନସ୍ଥଳୀ। ପୁରୀକୁ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଙ୍କ ଆଗମନ ହୋଇଥାଏ। ସମସ୍ତ ପର୍ଯ୍ୟଟକ ଙ୍କ ସୁବିଧା ପାଈ ପୁରୀ ବସଷ୍ଟାଣ୍ଡ ର ନବୀକରଣ ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଛି । ବସଷ୍ଟାଣ୍ଡ କୁ ସ୍ୱଚ୍ଛ ସବୁଜ କରିବା ପାଇଁ ପ୍ରତ୍ୟେକ ଶନିବାର ବସଷ୍ଟାଣ୍ଡ ସଫେଇ ଜାରି ରହିଛି। ବସ୍ କର୍ମଚାରୀ ସଂଘ ଓ ଅଟୋ ଚାଳକ ସଂଘ କର୍ମକର୍ତ୍ତାଙ୍କ ସମେତ ସହରବାସୀ ଓ ସ୍ବେଛାସେବୀ ବୃନ୍ଦ ଏହି ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଏହି ଶନିବାର ସଫେଇ କାର୍ଯ୍ୟକ୍ରମ ସହ ଆୟୋଜିତ ହୋଇଥିଲା ଝୋଟି ଚିତା ମୁରୁଜ ପ୍ରତିଯୋଗିତା। ଏହି କାର୍ଯ୍ୟକ୍ରମ ରେ ପୁରୀ ସହର ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରତିଯୋଗୀମାନେ ଭାଗନେଇ ନିଜର ହାତର ଯାଦୁରେ ଝୋଟି ଓ ମୁରୁଜ ପକେଇ ଉପସ୍ଥିତ ଜନତା ଙ୍କୁ ବିମୋହିତ କରିଥଲେ। ଉକ୍ତ କାର୍ଯ୍ୟକର୍ମ ରେ ପୁରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଦୂର୍ଗାମାଧବ କର ବିଚାରକ ଭାବେ ଯୋଗଦେଇଥିଲେ। ଶେଷରେ କୃତି ପ୍ରତିଯୋଗୀ ଙ୍କୁ ମାନନୀୟ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବର୍ମା ବସଷ୍ଟାଣ୍ଡ ର ନବୀକରଣ କାର୍ଯ୍ୟକୁ ଅଧିକାରୀ ମାନଙ୍କ ସହ ବୁଲି ତଦାରଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୌର କାର୍ଯ୍ୟନିର୍ବାହୀ ଅଧିକାରି ଶ୍ରୀ ସରୋଜ କୁମାର ସ୍ବାଇଁ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା ଙ୍କ ସହ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରବିନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତା ସହ ସମସ୍ତ କାର୍ଯ୍ୟକ୍ରମକୁ ଆସୋସିଏସନ୍ ଅଫ ଟୁଇଟର ଆକ୍ଟିଭିଷ୍ଟ ର ସଭାପତି ଓ ସମ୍ପାଦିକା ଙ୍କ ସହ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ।