-
ପଦମପୁରର ଚାଷୀ, କେନ୍ଦୁପତ୍ର ଶ୍ରମିକ, ମା, ମାଉସୀଙ୍କର ବିଜେପି ପ୍ରତି ସମର୍ଥନ ବଢୁଛି: ସମୀର ମହାନ୍ତି
ପଦମପୁର / ଭୁବନେଶ୍ୱର, ରାଜ୍ୟ ସରକାର ମିଛ ବିକାଶର ଯେଉଁ ଗୋଲାପି ଚିତ୍ର ସବୁବେଳେ ଦେଖାନ୍ତି ତାହାର ଜ୍ୱଳନ୍ତ ପ୍ରମାଣ ହେଉଛି ପଦମପୁର । ଏଠାରେ ଚାଷୀ ଆଜି ଧାନ ବିକ୍ରି କରିପାରୁ ନାହିଁ, ଜଳସେଚନର ସୁବିଧା ନାହିଁ, ଲୋକମାନଙ୍କୁ ମନରେଗାରେ କାମ ମିଳୁନି ସେମାନେ ଦାଦନ ଯାଉଛନ୍ତି । ସେଥିପ୍ରତି ଶାସକ ଦଳର ଆଦୌ ଚିନ୍ତା ନାହିଁ କି ସେମାନେ ପଦମପୁରର ଲୋକମାନଙ୍କ ପାଇଁ କିଛି କରିନାହାନ୍ତି । ବିଜୁ ଜନତା ଦଳ କେବେବି ପଦମପୁୁରର ଲୋକମାନଙ୍କ ବିକାଶ ହେଉ ସେକଥା ଚାହାନ୍ତି ନାହଁ । ସେମାନେ ପଦମପୁରର ଜିଲ୍ଲା ଦାବିକୁ ପୂରଣ କରିଲେ ନାହିଁ କି ପଦମପୁର ରେଳ ପ୍ରକଳ୍ପ ପାଇଁ ଜମି ଦେଲେ ନାହିଁ । ପଦମପୁରରେ ଆଜି ଲୋକମାନେ ମନ ସ୍ଥିର କଲେଣି ସେମାନେ ବିଜେପିର ପାର୍ଥୀ ପ୍ରଦିପ ପୁରୋହିତଙ୍କୁ ଜିତାଇବେ କାରଣ ସେ ହିଁ ପଦମପୁରର ଗରିବ, ଖଟିଖିଆ, ଚାଷୀଙ୍କ ସମସ୍ୟାରେ ଠିଆ ହେବ ବୋଲି ଆଜି ପଦମପୁର ନିର୍ବାଚନ ମଣ୍ଡଳୀର ମାଣ୍ଡସିଲଠାରେ ନିର୍ବାଚନ ପ୍ରଚାର ବେଳେ କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।
ଶ୍ରୀ ସମିର ମହାନ୍ତି ପଦମପୁର ଉପନିର୍ବାଚନରେ ବିଜେପିର ସାଙ୍ଗଠନିକ ରଣକୌଶଳର ମଙ୍ଗ ଧରିଛନ୍ତି । ବିଭିନ୍ନ ପଂଚାୟତର ବୁଥ ସ୍ତରରୁ ନେଇ ଗାଁରେ ଭୋଟରଙ୍କ ପ୍ରତ୍ୟକ୍ଷ ଆଲୋଚନା କରୁଛନ୍ତି । ବିଜେପିର ନିର୍ବାଚନ ପରିଚାଳନାରୁ ନେଇ ପ୍ରଚାର ସବୁ କିଛି ସମୀର ନିଜେ ପ୍ରତ୍ୟକ୍ଷ ଭାବରେ ପରିଚାଳନା କରୁଛନ୍ତି । ଅନକେ ପଂଚାୟତରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ମିଶ୍ରଣ ପର୍ବ କରାଯାଇଛି ଯେଉଁଥିରେ ବିଜେଡି ଓ କଂଗ୍ରସ ଦଳ ଛାଡି ବହୁ ଲୋକ ବିଜେପିରେ ସାମିଲ ହେଉଛନ୍ତି ।
(ବିଜେପି ମିଡିଆ ସେଲ୍)