
-
ୟୁନେସ୍କୋ-ଇଣ୍ଡିଆ-ଆଫ୍ରିକା ହକାଥନ୍ ଛାତ୍ରଛାତ୍ରୀଙ୍କ ପାଇଁ ମାଇଲଖୁଣ୍ଟ ହେବ– ଉପରାଷ୍ଟ୍ରପତି
ନୂଆଦିଲ୍ଲୀ, ୟୁନେସ୍କୋ – ଇଣ୍ଡିଆ – ଆଫ୍ରିକା ହକାଥନ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ମାଇଲଖୁଣ୍ଟ ହେବ ଏବଂ ଏହି କାର୍ଯ୍ୟକ୍ରମ ସେମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଶୁକ୍ରବାର ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ସ୍ଥିତ ଗୌତମବୁଦ୍ଧ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏହି ହକାଥନ ସମାପନ କାର୍ଯ୍ୟକ୍ରମରେ ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ ଯୋଗଦେଇ କହିଛନ୍ତି ।
ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଜୀବନରେ ବିକାଶ କରିବ । ଭାରତ ବର୍ତ୍ତମାନ ଦ୍ରୁତ ଗତିରେ ଅଗ୍ରସର ହେଉଛି । ଏଭଳି ଅଭିବୃଦ୍ଧି ପୂର୍ବରୁ କେବେ ଦେଖାଯାଇ ନଥିଲା । ନିକଟରେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବେ ନିଜକୁ ପରିଣତ କରିଛି । ଆଗାମୀ ଦଶନ୍ଧି ମଧ୍ୟରେ ଭାରତ ତୃତୀୟ ବୃହତମ ଅର୍ଥନୀତି ଭାବରେ ପରିଣତ ହେବ । ଭାରତ ଷ୍ଟ୍ରାଟଅପର ଏକ ଗନ୍ତାଘର । ଭାରତରେ ନୂଆ ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ କରାଯାଇ ଅନେକ ସମସ୍ୟାର ସମାଧାନ କରାଯାଇପାରୁଛି ବୋଲି ମାନନୀୟ ଉପରାଷ୍ଟ୍ରପତି କହିଛନ୍ତି ।