ବଲାଙ୍ଗୀର ,ସାମ୍ବାଦିକ ଭବନ ଠାରେ ଶୃତି କମିଟିର ଆବାହକ ଅଧ୍ୟାପକ ସନ୍ଦୀପ କୁମାର କୁଅଁରଙ୍କ ସଭାପତିତ୍ୱରେ ବିଶିଷ୍ଟି ଶିକ୍ଷାବିତ, ବାଗ୍ମୀ, ସୁବକ୍ତା ପ୍ରଫେସର ନାରାୟଣ ପୃଷେଠ୍ଙ୍କ ୧୧ତମ ଶ୍ରାଦ୍ଧ ଦିବସ ଗତକାଲି ପାଳିତ ହୋଇଯାଇଛି । ପ୍ରଥମେ ପ୍ରଫେସର ସ୍ୱର୍ଗତ ଶ୍ରୀ ପୃଷେଠ୍ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରାଯାଇ ଶ୍ରଦ୍ଧାଞ୍ଜଳି ଅପଣ କରାଯାଇଥିଲା । ଅତିଥି ବକ୍ତା ଭାବେ ପ୍ରେସ କ୍ଳବ୍ ସଭାପତି ଅରୁଣ ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅଶୋକ ନନ୍ଦ, ଯୁଜେଷ୍ଟି ମେହେର, ପ୍ରଶାନ୍ତ ମହାକୁର, ଶିକ୍ଷକ ରଞ୍ଜିତ ମିଶ୍ର, ଜୟଶଙ୍କର ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ । ଶିକ୍ଷା, ସଂସ୍କୃତି, ଗବେଷଣା କ୍ଷେତ୍ରରେ ପ୍ରଫେସର ପୃଷେଠ୍ଙ୍କ ଉଲ୍ଲେଖନୀୟ ଅବଦାନକୁ ନେଇ ଆଲୋଚନା କରିଥିଲେ । ସ୍ୱର୍ଗତ ପୃଷେଠ୍ଙ୍କ ରାଜନେତାମାନଙ୍କୁ ରାଜନୈତିକ ପରାମର୍ଶ କିଭଳି ଗୁରୁତ୍ୱପୂର୍ଣ୍ଣ ରହିଥିଲା ବକ୍ତାମାନେ କହିଥିଲେ । ପଶ୍ଚିମ ଓଡିଶାର ଦାଦନ ସମସ୍ୟା, ପିଲା ବିକ୍ରି, କବି ଓ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଆଲୋଚନାକୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ପ୍ରଫେସର ପୃଷେଠ୍ଙ୍କ ଅବଦାନ ସମ୍ପର୍କରେ ବକ୍ତା ମାନେ କହିଥିଲେ .
Related Stories
November 23, 2024